ସେନା ପୋଷାକରେ ଲାଗିଲା କଳଙ୍କ: ଦୁଷ୍କର୍ମ ଅଭିଯୋଗରେ ଦୁଇ ବିଏସ୍‌ଏଫ୍ ଯବାନ ଗିରଫ

ନୂଆଦିଲ୍ଲୀ: ଉତ୍ତର ୨୪ ପ୍ରଗଣା ବାଗଦାଦରେ ଭାରତ-ବାଂଲାଦେଶ ବର୍ଡର ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୁରକ୍ଷା ଦେବା ଲୋକ ନିଜେ ହିଁ ସୈତାନ ପଲଟିଯାଇଛି । ମହିଳାଙ୍କୁ ଦୁଷ୍କର୍ମ କରି ଦୁଇ ବିଏସ୍‌ଏଫ୍ ଯବାନ ଗିରଫ ହୋଇଛନ୍ତି । ଶୁକ୍ରବାର ରାତିରେ ଦୁଇ ଯବାନଙ୍କୁ ଗିରଫ କରାଯାଇଥିବା ପାରାମିଲିଟାରୀ ଫୋର୍ସ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି।

ଅଭିଯୁକ୍ତ ଦୁଇ ଜଣ ହେଲେ ୬୮ ବାଟାଲିଅନର ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର ଏସ୍‌ପି ଚେରୋ ଓ କନଷ୍ଟେବଲ ଅଲତାବ ହୁସେନ୍। ଆଗାମୀ କାର୍ଯ୍ୟାନୁଷ୍ଟାନ ପାଇଁ ଦୁଇ ଜଣଙ୍କୁ ପଶ୍ଚିମବଙ୍ଗ ପୁଲିସକୁ ହସ୍ତାନ୍ତର କରାଯିବ। ତେବେ ଧରାପଡ଼ିବା ପରେ ଉଭୟଙ୍କୁ ନିଲମ୍ବିତ କରାଯିବା ସହ ସେମାନଙ୍କ ବିରୋଧରେ କୋର୍ଟ ଅଫ୍‌ ଇନ୍‌କ୍ୱାରି ନିର୍ଦ୍ଦେଶ ଦିଆଯାଇଛି। ଦକ୍ଷିଣ ବଙ୍ଗ ବିଏସ୍‌ଏଫ୍‌ର ଜଣେ କର୍ମଚାରୀ ସୂଚନା ଦେଇଛନ୍ତି।

ମହିଳାଙ୍କ ଅଭିଯୋଗ ଅନୁସାରେ ଶୁକ୍ରବାର ରାତିରେ ଉତ୍ତର ୨୪ ପ୍ରଗଣା ବାଗଦାଦର ଭାରତ-ବାଂଲାଦେଶ ବର୍ଡର ପାଖରେ ଏଭଳି ଘଟିଛି। ମହିଳା ଜଣଙ୍କ ବର୍ଡର ଦେଇ ବାଂଲାଦେଶ ଯିବାକୁ ଚେଷ୍ଟା କରୁଥିବା ବେଳେ ଦୁଇ ଯବାନ ତାଙ୍କୁ ଏକୁଟିଆ ସ୍ଥାନକୁ ଘୋଷାରି ନେଇ ଦୁଷ୍କର୍ମ କରିଛନ୍ତି। ବାଲାଂଦେଶରେ ସମ୍ପର୍କୀୟ ଦେହ ଖରାପ ଶୁଣି ମହିଳା ସୀମା ପାର ହେଇ ଯିବାକୁ ଚେଷ୍ଟା କରୁଥିବା ବେଳେ ଦୁଇ ଯବାନ ମହିଳାଙ୍କ ସହ ଏଭଳି ପଶୁ ଭଳି କାଣ୍ଡ ଘଟାଇଛନ୍ତି।

Related Posts