ବିନା ସୂଚନାରେ ଛୁଟିରେ ଯିବା ୧୭ ଜଣ ପୋଲିସ କର୍ମଚାରୀଙ୍କ ଉପରେ ପଡ଼ିଲା ଛାଟ: ଏକକାଳୀନ ସମସ୍ତ କର୍ମଚାରୀଙ୍କୁ ନିଲମ୍ବନ କଲେ ପ୍ରୟାଗରାଜର ଏସଏସ୍‌ପି ଅଜୟ କୁମାର ପାଣ୍ଡେ

ଆକ୍ସନ ରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଏସଏସ୍‌ପି ଅଜୟ କୁମାର ପାଣ୍ଡେ । ସେ ପୁଣି ନିଜ ବିଭାଗର କର୍ମଚାରୀଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସେ ଏକକାଳୀନ ୧୭ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ।

ସୂଚନାଯୋଗ୍ୟ, ନିଲମ୍ବିତ ହୋଇଥିବା ଏହି ୧୭ ଜଣ କର୍ମଚାରୀ ବିନା ସୂଚନାରେ ଛୁଟିରେ ଚାଲିଯାଇଥିଲେ । କିଛି ପୋଲିସ କର୍ମଚାରୀଙ୍କ ଉପରେ ଗୁରୁତର ଅଭିଯୋଗ ଆସିଛି । ଏହାରି ଉପରେ ଏସଏସପି ପ୍ରୟାଗରାଜ ସମସ୍ତ ପୋଲିସକର୍ମୀଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଯାଞ୍ଚ ଆଦେଶ ଦେଇଛନ୍ତି । ଅଜୟ କୁମାର ପାଣ୍ଡେ ନିକଟରେ ପ୍ରୟାଗରାଜରେ ଯୋଗ ଦେଇଛନ୍ତି । ତାଙ୍କର କାର୍ଯ୍ୟକାଳରେ ପାଖାପାଖି ୪୮ ଘଣ୍ଟା ମଧ୍ୟରେ ୬ଟି ହତ୍ୟାକାଣ୍ଡ ଘଟଣା ଦେଖିବାକୁ ମିଳିଛି । ପ୍ରୟାଗରାଜରେ ଏହି ସବୁ ହତ୍ୟାକାଣ୍ଡ ସାମ୍ନାକୁ ଆସିବା ପରେ ଶକ୍ତ ପଦକ୍ଷେପ ନିଆଯାଇଛି । କିନ୍ତୁ ଅଜୟ କୁମାର ପାଣ୍ଡେ ନିଜର କାର୍ଯ୍ୟକାଳ ସମୟରେ ପୋଲିସ କର୍ମଚାରୀଙ୍କ ବିରୋଧରେ ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ଏସଏସପି ଅଜୟ କୁମାରଙ୍କ କହିବା ଅନୁସାରେ ତାଙ୍କୁ ସୂଚନା ମିଳିଥିଲା ଯେ, କିଛି ପୋଲିସ କର୍ମଚାରୀ ୩୦ ଦିନ ଅଥବା ୩୦ରୁ ଅଧିକ ଦିନ ପର୍ଯ୍ୟନ୍ତ କାର୍ଯ୍ୟରେ ନଥିଲେ । ସେମାନେ ପୋଲିସ ବିଭାଗକୁ କୌଣସି ସୂଚନା ଦେଇ ନଥିଲେ । ତେଣୁ ଏହାକୁ ଗୁରୁତର ସହିତ ନିଆଯାଇଛି । ଏହି ସବୁ ପୋଲିସ କର୍ମଚାରୀଙ୍କୁ ତତ୍କାଳ ପ୍ରଭାବୀ ଭାବେ ନିଲମ୍ବନ କରାଯାଇଛି ।

Related Posts