ସାନିଟାଇଜର୍‌ରେ ନିଜକୁ ଶୁଦ୍ଧିକରଣ କରି ପୁଣି ଟିଏମସିରେ ସାମିଲ୍ ହେଲେ ୧୫୦ ବିଜେପି କର୍ମୀ : ଭିଡିଓ ଭାଇରାଲ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ଛାଡ଼ି ବିଜେପିରେ ମିଶିଥିବା ପ୍ରାୟ ୧୫୦ କର୍ମୀଙ୍କ ଘର ବାହୁଡ଼ା ହୋଇଛି। ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଇଲାମବାଜର ବ୍ଲକରେ ତୃଣମୂଳ କଂଗ୍ରେସ ନେତାମାନେ ସାନିଟାଇଜର ସ୍ପ୍ରେ କରିବା ପରେ ନିଜକୁ ଶୁଦ୍ଧିକରଣ କରିଥିଲେ । ସ୍ଥାନୀୟ ନେତା ଦାବି କରିଛନ୍ତି ଯେ ଏହି ବିଜେପି କର୍ମୀମାନଙ୍କ ମଧ୍ୟରେ “ବିଜେପିର ଭାଇରସ୍ ଥିଲା ଏବଂ ସେମାନଙ୍କୁ ସାନିଟାଇଜ କରି ଶୁଦ୍ଧିକରଣ କରାଯାଇଥିଲା।” ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ବିଜେପି କର୍ମୀମାନେ ଜଣଙ୍କ ପରେ ଜଣେ ମଞ୍ଚ ଉପରକୁ ଯାଉଛନ୍ତି ଏବଂ ସେମାନଙ୍କ ଉପରେ ସାନିଟାଇଜର ସିଞ୍ଚନ କରାଯାଇ ସମସ୍ତଙ୍କୁ ବିଶୁଦ୍ଧ କରାଯାଇଥିଲା। ଏହା ପୂର୍ବରୁ ମଧ୍ୟ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ଶତାଧିକ ବିଜେପି କର୍ମୀ ଟିଏମସିକୁ ଆସିବା ପୂର୍ବରୁ ଏପରି କରାଯାଇଥିବା ଅଭିଯୋଗ ହୋଇଥିଲା । ସେମାନେ ବିଜେପିରେ ମିଶିବା ବଡ଼ ଭୁଲ ଥିଲା । ସମସ୍ତେ ଟିଏମସିକୁ ପ୍ରଶଂସା କରିବା ସହ ଅରମବାଗ ସାଂସଦ ଅପରୂପା ପୋଦ୍ଦାରଙ୍କ ହାତକୁ ମଜଭୂତ କରିଛନ୍ତି। ତେବେ ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି ସାଂସଦ ପୋଦ୍ଦାର କହିଛନ୍ତି, ଦଳ ପକ୍ଷରୁ ଅରମବାଗରେ ଗରିବ ଲୋକଙ୍କ ପାଇଁ ମାଗଣା ଖାଇବା ବ୍ୟବସ୍ଥା କରାଯାଇଥିଲା। ସେମାନେ ବିଜେପିରେ ମିଶି ବହୁତ୍ ବଡ ଭୁଲ କରିଥିଲେ ବୋଲି କହିଥିଲେ। ଭୁଲ ସୁଧାରିବାକୁ ଟିଏମସିରେ ଯୋଗଦେବାକୁ ଚାହିଁଥିଲେ। ଏହାପରେ ପ୍ରାୟ ଗଙ୍ଗା ଜଳ ଛିଞ୍ଚି ହୋଇ ଟିଏମସି ପତାକା ଧରି ଦଳରେ ସାମିଲ ହୋଇଥିଲେ । ଏହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି।

Related Posts