କଂଗ୍ରେସ ଓ ଅନ୍ୟ ରାଜନୈତିକ ଦଳ ଗୁଡିକର ଦାବି ଜାମ୍ମୁ କାଶ୍ମୀରକୁ ଆଗ ରାଜ୍ୟ ମାନ୍ୟତା, ପରେ ନିର୍ବାଚନ: ପି ଚିଦମ୍ବରମ୍‍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଜାମ୍ମୁ କାଶ୍ମୀରର ରାଜନେତା ମାନଙ୍କ ସହ ଆଲୋଚନା ପରେ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦାବି ଜୋର ଧରିଛି। ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍ କହିଛନ୍ତି, କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳଗୁଡିକ ଜାମ୍ମୁ ଓ କାଶ୍ମୀରକୁ ପ୍ରଥମେ ରାଜ୍ୟ ମାନ୍ୟତା ତାହାପରେ ନିର୍ବାଚନ ଚାହୁଁଛନ୍ତି। ଗତକାଲି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମ୍ମୁ ଓ କାଶ୍ମୀରରୁ ଆସିଥିବା ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ସେଠାରେ ବିଧାନସଭା ନିର୍ବାଚନ କରାଇବା ସପକ୍ଷରେ କେନ୍ଦ୍ର ସରକାର ରହିଥିବା କହିଥିଲେ। ଏବଂ ସୀମା ନିର୍ଦ୍ଧାରଣ ପ୍ରକ୍ରୟା ଶେଷ ହେବା ପରେ ଜମ୍ମୁ ଓ କଶ୍ମୀରକୁ ରାଜ୍ୟର ମାନ୍ୟତା ପ୍ରଦାନ କରାଯିବା ନେଇ ପିଏମ୍ ମୋଦୀ ଆଶ୍ୱାସନା ଦେଇଥିଲେ।

ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍ ଟ୍ବିଟ୍ କରି କହିଛନ୍ତି, ” ଗାଡିକୁ ଘୋଡା ଟାଣିଥାଏ। ତେଣୁ ଏକ ରାଜ୍ୟ ନିଜର ନିର୍ବାଚନ କରାଇବା ଦରକାର। ରାଜ୍ୟ ନିର୍ବାଚନ ଆୟୋଗ ଅଧୀନରେ ଏକ ନିର୍ବାଚନ ଅବାଧ ଏବଂ ନିରପେକ୍ଷ ହୋଇପାରିବ। କିନ୍ତୁ ସରକାର ଆଗ ଗାଡି ଓ ତା’ପଛରେ ଘୋଡାକୁ ରଖିବାକୁ କାହିଁକି ଚାହୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ” ଗତ କାଲି ବୈଠକରେ କଂଗ୍ରେସ ପକ୍ଷରୁ ଗୁଲାମ ନବୀ ଆଜାଦ ମୋଦିଙ୍କ ଆଗରେ ୫ଟି ଦାବି ଉପସ୍ଥାପନ କରିଛନ୍ତି। ଆଜାଦ ଦାବି କରିଛନ୍ତି ଯେ, ” ଜମ୍ମୁ-କଶ୍ମୀରକୁ ତୁରନ୍ତ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ଉଚିତ। ଖୁବ୍ ଶୀଘ୍ର ବିଧାନସଭା ନିର୍ବାଚନ କରିବା, କଶ୍ମୀର ପଣ୍ଡିତଙ୍କୁ ଜମ୍ମୁ ଓ କଶ୍ମୀରକୁ ଫେରାଇ ଆଣି ସେମାନଙ୍କୁ ସୁରକ୍ଷିତ ଭାବେ ଅବସ୍ଥାପିତ କରିବା। ୨୦୧୯ ଅଗଷ୍ଟ ୫ ଠାରୁ ଗିରଫ ହୋଇଥିବା ସମସ୍ତ ରାଜନୈତିକ ଓ ସାମାଜିକ କର୍ମୀଙ୍କୁ ମୁକ୍ତ କରିବା । ଏବଂ ଜମି ଉପରେ ଅଧିକାର ଓ ସରକାରୀ ଚାକିରି କ୍ଷେତ୍ରରେ ସ୍ଥାନୀୟ ବାସୀଙ୍କୁ ଅଗ୍ରାଧିକାର ଦେବା ପାଇଁ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ କଂଗ୍ରେସ ନେତା ଗୁଲାମ ନବୀ ଆଜଦ ଦାବି କରିଛନ୍ତି। “

Related Posts