
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ଚଳିତବର୍ଷ ଦଶହରାକୁ ଶାନ୍ତିଶୃଙ୍ଖଳାର ସହିତ ପାଳନ କରିବା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସପ୍ତାହବ୍ୟାପୀ ରାଜ୍ୟରେ ପୂଜା ଉତ୍ସବ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହିତ ଆଇନ-ଶୃଙ୍ଖଳା ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ମୋଟ ୨୩୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏହି ପୁଲିସ ମାନେ ଜିଲ୍ଲା ପୁଲିସଙ୍କ ସହ ମିଶି ପୂଜା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବେ।
ତେବେ ଏହି ୨୩୦ ପ୍ଲାଟୁନ୍ ପୁଲିସ ଫୋର୍ସଙ୍କ ମଧ୍ୟରୁ କଟକ ପାଇଁ ସର୍ବାଧିକ ୫୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସେହିଭଳି ଭୁବନେଶ୍ବର ପାଇଁ ୪୦ ପ୍ଲାଟୁନ, ବାଲେଶ୍ବର ପାଇଁ ୧୯ ପ୍ଲାଟୁନ, ଭଦ୍ରକ ପାଇଁ ୧୩ ପ୍ଲାଟୁନ, ରାଉରକେଲା ପାଇଁ ୧୧ ପ୍ଲାଟୁନ, ସମ୍ବଲପୁର ୮ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି। ଆଇନ-ଶୃଙ୍ଖଳା ଏଡିଜି ଆର.କେ ଶର୍ମା ଏନେଇ ସୂଚନା ଦେଇ କହିଛନ୍ତି ଯେ, ସମସ୍ତ ସମ୍ବେଦନଶୀଳ ଅଞ୍ଚଳ ଗୁଡିକରେ ଅଧିକ ପୁଲିସ ଫୋର୍ସ ମୁତୟନ କରାଯିବ। ଜିଲ୍ଲାର ଏସ୍ପି ଓ ଡିଏସପିମାନଙ୍କୁ ସାଂପ୍ରଦାୟିକ ଦଙ୍ଗା ସୃଷ୍ଟିକାରୀ, ଅପରାଧିକ କାର୍ଯ୍ୟକଳାପ, ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବାକୁ କୁହାଯାଇଛି। ଏଥିସହି ପୂଜା ମଣ୍ଡପ ମାନଙ୍କରେ ସିସିଟିଭି ଲଗାଇବାର ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।