ପ୍ରକାଶ ପାଇଲା +୨ ପରୀକ୍ଷା ଫଳ, ପୁଣି କମିଲା ପାସ୍ ହାର

ସତ୍ୟପାଠ ବ୍ୟୁରୋ : ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ ପାଇଛି । ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ପୁସ୍ତିକା ଉନ୍ମୋଚନ କରି ରେଜଲ୍ଟ ପ୍ରକାଶ କରିଥିଲେ । ଚଳିତ ବର୍ଷ କଳାରେ ୬୫.୮୯ ପ୍ରତିଶତ ପାସ ହାର ଥିବା ବେଳେ ବାଣିଜ୍ୟରେ ୭୦.୨୬ ପ୍ରତିଶତ ପାସହାର ରହିଛି ।

କଳାରେ ୨ଟି ଓ ବାଣିଜ୍ୟରେ ୪ଟି କଲେଜରେ ଫଳାଫଳ ଜିରୋ ରହିଛି । କଳାରେ ଖୋର୍ଦ୍ଧା ଓ ଯାଜପୁରର ଗୋଟିଏ ଲେଖାଏଁ କଲେଜରେ କେହି ବି ପାସ୍ କରି ନାହାଁନ୍ତି  । ସେହିଭଳି ବାଣିଜ୍ୟରେ ଗୋପାଳପୁର ହାୟୀ ସେକେଣ୍ଡାରୀ ସ୍କୁଲ, ରମ୍ଭାର ଶ୍ରୀ ଜଗନ୍ନାଥ ହାୟର ସେକେଣ୍ଡାରୀ ସ୍କୁଲ, କେ.ପି ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲ ଓ ଶ୍ୟାମ ପ୍ରସାଦ ହାୟର ସେକେଣ୍ଡାରୀ ସ୍କୁଲରେ ଜଣେ ହେଲେ ବି ଛାତ୍ରଛାତ୍ରୀ ପାସ କରି ନାହାଁନ୍ତି ।

ତେବେ ଗତବର୍ଷ ଅପେକ୍ଷା ଚଳିତବର୍ଷ ପାସ ହାର କମିଛି । ଗତବର୍ଷ କଳାରେ ୬୮.୭୬ ପ୍ରତିଶତ ପାସହାର ଥିବା ବେଳେ ବାଣିଜ୍ୟରେ ୭୪.୯୧ ପ୍ରତିଶତ ଥିଲା । ଯାହା ଚଳିତ ବର୍ଷ ଢ଼େର ତଳକୁ ଖସି ଆସିଛି ।

Related Posts