ସମ୍ୱଲପୁର : ଲୁଟ ହୋଇଥିବା ମଦ ଜବତ । ଏଥିସହ ଗିରଫ ହେଲେ ୩ ଅଭିଯୁକ୍ତ । ୪୫ ଲକ୍ଷ ଟଙ୍କାର ବିଦେଶୀ ମଦ ସହ ଲୁଟ୍ କରିଥିବା ୩ ଅଭିଯୁକ୍ତଙ୍କୁ ସମ୍ବଲପୁର ଚାରମାଲ ପୋଲିସ ଗିରଫ କରିଛି।
ସୂଚନା ଅନୁସାରେ ଗତ ୨୮ ତାରିଖ ଦିନ ଏକ ଟ୍ରକରେ ପୁରୀରୁ ସମ୍ବଲପୁରକୁ ୪୫ ଲକ୍ଷ ଟଙ୍କାର ବିଦେଶୀ ମଦ ଯାଉଥିଲା। ହେଲେ ରାସ୍ତାରେ ଏକ କାରରେ ଦୁର୍ବୃତ୍ତମାନେ ତାଙ୍କର ପିଛା କରୁଥିଲେ।
ରେଢ଼ାଖୋଲ ଅତିକ୍ରମ କରିବା ପରେ ସେମାନେ ଟ୍ରକ୍ ଡ୍ରାଇଭରଙ୍କୁ ମାରଣାସ୍ତ୍ର ଦେଖାଇ ଭୟବୀତ କରି ହାତଗୋଡ଼ ବାନ୍ଧି ଦେଇଥିଲେ। ପରେ ଟ୍ରକରୁ ବିଦେଶୀ ମଦ ସବୁ କାଢ଼ି ନେଇ ଡ୍ରାଇଭରଙ୍କୁ ଛାଡି ଦେଇଥିଲେ। ତେବେ ଡ୍ରାଇଭରଙ୍କ ଲିଖିତ ଅଭିଯୋଗରେ ପୋଲିସ ୩ଜଣଙ୍କୁ ଗିରଫ କରିବା ସହ କାର୍ ସହି ୯୩୧ ପେଟି ମଦ ଜବତ କରିଛି।
