କାନ୍ଥ ଭୁଶୁଡି ୩୪ ଜଣଙ୍କର ମୃତ୍ୟୁ

ସତ୍ୟପାଠ ବ୍ୟୁରୋ : ଦୁଇ ଦିନ ଧରି ଲଗାଣ ବର୍ଷାରେ ବେହାଲ୍ ହୋଇଛି ମାୟାନଗରୀ। ବର୍ଷା କାରଣରୁ ୩୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କାନ୍ଥ ଭୁଶୁଡି ପଡ଼ିବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି। ଆହୁରି ଦୁଇ-ତିନି ଦିନ ଏଭଳି ଲଗାଣ ବର୍ଷା ହେବାର ସୂଚନା ଦେଇଛି ପାଣିପାଗ ବିଭାଗ। ଏହାକୁ ନଜରରେ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ସିଂ ଫଡନାଭିସ ଆଜି ସ୍କୁଲ ଛୁଟି ଘୋଷଣା କରିଛନ୍ତି।

ମାଲଦା ଇଷ୍ଟ ନିକଟସ୍ଥ ପିମ୍ପରିପଦରେ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଏନଡିଆରଏଫ ଟିମ୍ ଅନ୍ୟମାନଙ୍କୁ ଉଦ୍ଧାର କରିଛନ୍ତି। ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ୫୪ ବିମାନ ନିକଟସ୍ଥ ବିମାନ ବନ୍ଦରରେ ଅବତରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Related Posts