ନିଯୁକ୍ତି ପ୍ରସଙ୍ଗରେ ଏମିତି ଉତ୍ତର ଦେଲେ ଶ୍ରମମନ୍ତ୍ରୀ

ସତ୍ୟପାଠ ବ୍ୟୁରୋ : ଷୋଡଶ ବିଧାନସଭା ପ୍ରଥମ ଅଧିବେଶନର ଆଜି ହେଉଛି ଶେଷ ଦିନ । ଶେଷଦିନରେ ଉଠିଛି ନିଯୁକ୍ତି ପ୍ରସଙ୍ଗ । ଉତ୍ତର ରଖି ଶ୍ରମମନ୍ତ୍ରୀ କହିଛନ୍ତି ୨୦୧୭-୧୮ରେ ୨.୬୬ଲକ୍ଷ ଯୁବକଙ୍କୁ ମିଳିଛି ନିଯୁକ୍ତି ।

ରାଜ୍ୟର ଶିଳ୍ପସଂସ୍ଥାରେ ବାହାର କର୍ମଚାରୀଙ୍କ ନିଯୁକ୍ତିକୁ ନେଇ ବିଧାନସଭାରେ ଦେଖାଦେଇଛି ଉଦବେଗ । ତେବେ ଯୁବକଙ୍କ ନିଯୁକ୍ତି ପ୍ରସଙ୍ଗରେ ସଦସ୍ୟଙ୍କ ସମସ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି ଶ୍ରମମନ୍ତ୍ରୀ । ୨୦୧୭-୧୮ରେ ୫୫୦ ଶିଳ୍ପ ସଂସ୍ଥାରେ ୨ଲକ୍ଷ ୬୬ହଜାର ୮୫୪ ଜଣ କର୍ମଚାରୀ ରହିଛନ୍ତି । ଏଥିରୁ ୩୯ହଜାର ୮୯୩ଜଣ କର୍ମଚାରୀ ବାହାର ରାଜ୍ୟର ବୋଲି ଶ୍ରମମନ୍ତ୍ରୀ କହିଛନ୍ତି । ନିଯୁକ୍ତି ଦିଗରେ କୁଶଳୀ ଶ୍ରମିକଙ୍କ ପାଇଁ ୬୦ ପ୍ରତିଶତ ସରଂକ୍ଷଣ ବ୍ୟବସ୍ଥା ଥିବା ବେଳେ ଅର୍ଦ୍ଧକୁଶଳୀ ଓ ଅଣକୁଶଳୀଙ୍କ ପାଇଁ ୯୦ ପ୍ରତିଶତ ସରଂକ୍ଷଣ ବ୍ୟବସ୍ଥା ରହିଛି । ସେହିପରି ପରିଚାଳନା କର୍ମଚାରୀଙ୍କ କ୍ଷେତ୍ରରେ ୩୦ ପ୍ରତିଶତ ସରଂକ୍ଷଣ ବ୍ୟବସ୍ଥା ରହିଛି ।

Related Posts