ଆର୍‌ଟିଓ ବେଶରେ ଲୁଟୁଥିଲେ ଶିକ୍ଷକ ଓ ଫରେଷ୍ଟ ଗାର୍ଡ, ପୋଲିସ୍‌ ହାତରେ ଧରାପଡ଼ିଲେ

4 ଜଣ ନକଲି ଆର୍‌ଟିଓ ଗିରଫ

ଆର୍‌ଟିଓ କହି ଠକୁଥିବା 4 ଜଣଙ୍କୁ ଗିରଫ କରିଛି ସୁନ୍ଦରଗଡ଼ ପୋଲିସ୍‌ । ଏମାନେ ବିଭିନ୍ନ ଗାଡ଼ିକୁ ରାସ୍ତାରେ ଅଟକାଉଥିଲେ । ନିଜକୁ ରୋଡ଼ ଟ୍ୟାକ୍ସ ଅଫିସର ବା ଆର୍‌ଟିଓ ବୋଲି ପରିଚୟ ଦେଉଥିଲେ । ଗାଡ଼ି ମାଲିକ ଓ ଡ୍ରାଇଭରମାନଙ୍କଠାରୁ ଟଙ୍କା ଆଦାୟ କରୁଥିଲେ । ଏ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ୍‌ ଚଢ଼ାଉ କରିଥିଲେ ।

4 ଜଣଙ୍କୁ ଗିରଫ କରିବା ସହ କୋର୍ଟଚାଲାଣ କରିଛି ପୋଲିସ୍‌ । ଏମାନଙ୍କଠାରୁ ଗୋଟିଏ ସ୍କୋର୍ପିଓ ଗାଡ଼ି, ନଗଦ ୧୦ ହଜାର ଟଙ୍କା, ଖାକି ପୋଷାକ ଜବତ କରାଯାଇଛି । ଗିରଫ ୪ ଜଣଙ୍କ ମଧ୍ୟରେ ଜଣେ ଶିକ୍ଷକ ଓ ଜଣେ ଫରେଷ୍ଟ ଗାର୍ଡ ମଧ୍ୟ ଅଛନ୍ତି ।

Related Posts