ଲକ୍ଷ୍ନୌର ଏକ ହୋଟେଲରେ ନିଆଁ ଲାଗି ୪ଜଣଙ୍କ ମୃତ୍ୟୁ ଘଟଣା: ହୋଟେଲକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଲେ ଯୋଗୀ ସରକାର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଥିବା ଏକ ହୋଟେଲରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟିଛି । ଫଳରେ ୪ଜଣ ପ୍ରାଣ ହରାଇଛନ୍ତି । ଏହି ଘଟଣା ପରେ ଏବେ ଯୋଗୀ ସରକାର ହୋଟେଲ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି।

ମଦନ ମୋହନ ମାଲବୀୟ ମାର୍ଗରେ ଅବସ୍ଥିତ ହୋଟେଲ ଲେଭାନାକୁ ସିଲ୍ କରିବା ଏବଂ ଆଇନଗତ ପ୍ରକ୍ରିୟା ଶେଷ କରିବା ପରେ ହୋଟେଲକୁ ଭାଙ୍ଗିବା ପାଇଁ ନଗର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଏହା ସହ ସରକାର ଏହି ଅଗ୍ନିକାଣ୍ଡରେ ତଦନ୍ତ ପାଇଁ ବିଭାଗୀୟ କମିଶନର ଏବଂ ପୁଲିସ କମିଶନରଙ୍କୁ ଦାୟିତ୍ୱ ଦେଇଛନ୍ତି।

ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରୁଥିବା ଲକ୍ଷ୍ନୌ ବିଭାଗୀୟ କମିଶନର ରୋଶନ ଯାଦବ କହିଛନ୍ତି ଯେ ହୋଟେଲ ଲେଭାନାର ବିଲ୍ଡିଂ ମାନଚିତ୍ରକୁ ଅନୁମୋଦନ ମିଳିନଥିବାରୁ ଏହାକୁ ସିଲ୍ କରି ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପଠକ ପୂର୍ବରୁ କହିଥିଲେ ଯେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କମିଟି ଏହି ଘଟଣାର ତଦନ୍ତ କରିବ। ଏହି ପ୍ୟାନେଲରେ ମୁଖ୍ୟ ସଚିବ (ଗୃହ), ମୁଖ୍ୟ ସଚିବ (ଡାକ୍ତରୀ) ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ରହିବେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ବିଭାଗୀୟ କମିଶନର ଏବଂ ପୁଲିସ କମିଶନରଙ୍କୁ ଘଟଣାର ତଦନ୍ତ କରିବାକୁ କହିଛନ୍ତି।

ତେବେ ଲକ୍ଷ୍ନୌ ବିକାଶ ପ୍ରାଧିକରଣ ଅତୀତରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଅଭାବ ପାଇଁ ହୋଟେଲ ଲେଭାନାକୁ ନୋଟିସ ଜାରି କରିଥିଲା

Related Posts