ସୀମାରେ ନିର୍ମାଣ ହେବ 400 ବଙ୍କର, ସୁରକ୍ଷିତ କଲୋନୀ ଦାବି

ଶ୍ରୀନଗର: ଜାମ୍ମୁ-କାଶ୍ମୀର ପ୍ରଶାସନ ପୁଞ୍ଛ ଓ ରାଜୌରୀ ଜିଲ୍ଲାରେ ନିର୍ମାଣ ହେବ ୪୦୦ ଅତିରିକ୍ତ ବ୍ୟକ୍ତିଗତ ବଙ୍କର । ପ୍ରତି ଜିଲ୍ଲାରେ 200 ଲେଖାଏଁ ବଙ୍କର ନିର୍ମାଣ ହେବ । ଏ ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ମାସେ ମଧ୍ୟରେ ଏହି ବଙ୍କର ନିର୍ମାଣ କାମ ଶେଷ ହେବ ବୋଲି ଜଣାପଡିଛି । ସୀମାରେ ପାକିସ୍ତାନ ପକ୍ଷରୁ ଲଗାତାର ଗୁଳି ବର୍ଷଣ କରାଯାଉଛି । ଏଥିରେ ସ୍ଥାନୀୟ ଲୋକଙ୍କର ମୃତ୍ୟୁ ହେଉଛି । ମାର୍ଚ୍ଚ 2ରେ 4 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା ।

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ସୀମାରେ ପାକିସ୍ତାନ ପକ୍ଷରୁ ମାତ୍ରାଧିକ ଗୁଳିମାଡ଼ ହେଉଛି । ଭାରତ ତା’ର କଡା ଜବାବ ଦେଉଛି । ଜମ୍ମୁ ଗୁଜ୍ଜରର ଜଣାଶୁଣା ନେତା ଶମଶୋର ହଲକା ପୁଞ୍ଛ ଖାଲି ବଙ୍କର ନୁହଁ ସୁରକ୍ଷିତ କଲୋନୀ ନିର୍ମାଣ କରିବା ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

Related Posts