ଗ୍ରାଜୁଏଟ୍‌ ହେଲେ ମିଳିବ 15 ହଜାର ଟଙ୍କା;ଯୋଗୀ ସରକାରଙ୍କ ବୈପ୍ଲବିକ ଯୋଜନା

ଲକ୍ଷୌ: ଝିଅଙ୍କ ସାକ୍ଷରତା ହାର ବଢାଇବା ପାଇଁ ୟୁପି ସରକାରଙ୍କ ବଡ ପଦକ୍ଷେପ । ଗ୍ରାଜୁଏଟ୍‌ ହେଲେ ଟଙ୍କା ପୁରସ୍କାର ଦେବାକୁ ଯୋଗୀ ସରକାର ନିଷ୍ପତ୍ତି ନେଇଛନ୍ତି । ଗ୍ରାଜୁଏସନ୍ ଯାଏଁ ପଢିଲେ ପ୍ରତି ଝିଅକୁ ମିଳିବ 15000 ଟଙ୍କା । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ବସିଥିବା ସାଧାରଣ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ କନ୍ୟା ସୁମଙ୍ଗଳ ଯୋଜନା ପ୍ରସ୍ତାବ ଲାଗୁ କରିବା ନେଇ ମଞ୍ଜୁରୀ ମିଳିଛି । ଏହି ଯୋଜନା ଦ୍ବାରା ନିମ୍ନ ଓ ମଧ୍ୟବିତ୍ତ ସବୁ ପରିବାର ଲାଭ ଉଠାଇ ପାରିବେ ।

3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ପରିବାରର ଝିଅ ଗ୍ରାଜୁଏସନ୍ ଯାଏଁ ପଢିଲେ 15 ହଜାର ଟଙ୍କା ମିଳିବ । ଏହି ରାଶି ଛଅଟି କିସ୍ତିରେ ମିଳିବ । ପ୍ରଥମେ ଝିଅ ଜନ୍ମ ହେଲେ 1 ହଜାର ଟଙ୍କା ମିଳିବ । ଏହା ପରେ ବର୍ଷିକିଆ ଟୀକାକରଣ ପରେ 2 ହଜାର ଟଙ୍କା ମିଳିବ । ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପରେ ଅର୍ଥାତ୍ ପ୍ରାଇମେରୀ ସ୍କୁଲ ଗଲେ 2 ହଜାର ଟଙ୍କା, ଏହାପରେ ଷଷ୍ଠ ଶ୍ରେଣୀ ବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଇବା ପରେ 2 ହଜାରେ ଟଙ୍କା ମିଳିବ । ହାଇସ୍କୁଲ ଅର୍ଥାତ୍ ନବମ ଶ୍ରେଣୀରେ ନାମ ଲେଖାଇବା ପରେ 3 ହଜାରେ ଟଙ୍କା, ଦ୍ବାଦଶ ଶ୍ରେଣୀ ପାସ୍ କରିବା ପରେ 5 ହଜାର ଟଙ୍କା ମିଳିବ ବୋଲି ୟୁପି ସରକାର ବ୍ୟବସ୍ଥା କରିଛନ୍ତି ।

ଏହି ଯୋଜନାରେ କିଭଳି ଆଦୌ ଦୁର୍ନୀତି ହେବ ନାହିଁ ସେ ନେଇ ଯୋଗୀ ସରକାର ପଦକ୍ଷେପ ନେଇଛନ୍ତି । ଏଥିପାଇଁ ଉପଭୋକ୍ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଟ୍ରାନ୍ସଫର କରାଯିବାକୁ ବ୍ୟବସ୍ଥା କରାଯାଇଛି ।

Related Posts