41କୁ ବୃଦ୍ଧି ପାଇଲା ତେଲେଙ୍ଗାନାରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

ତେଲେଙ୍ଗାନାରେ ବଢୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା | ଏଯାଏଁ ତେଲେଙ୍ଗାନାରେ ୪୧ ଜଣ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହେଲେଣି । ସେମାନଙ୍କ ମଧ୍ୟରୁ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି |

ଗତ ଶନିବାର ସ୍ବାସ୍ଥ୍ୟ ବିଭାଗ ଦ୍ବାରା ମିଳିଥିବା ସୂଚନା ମୁତାବକ, ଓମିକ୍ରନ ବଳୟରେ ଥିବା ଦେଶ ଗୁଡ଼ିକରୁ ମୋଟ ୩୩୩ ଜଣ ଯାତ୍ରୀ ତେଲେଙ୍ଗାନାକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ମଧ୍ୟରେ କରୋନା ସଂକ୍ରମଣ ଦେଖା ଦେଇଛି । ସେହି ୮ଟି ନମୁନାକୁ ଓମିକ୍ରନ ଟେଷ୍ଟ ପାଇଁ ପଠାଯାଇଥିଲା, ଯେଉଁଥିରେ କି ରିପୋର୍ଟ ଅନୁଯାୟୀ କାହାଙ୍କ ମଧ୍ୟରେ ଓମିକ୍ରମ ଭାରିଆଣ୍ଟ ଦେଖାଯାଇ ନାହିଁ ।

Related Posts