ବିଧାୟକ ପାଣ୍ଠିକୁ ୫ କୋଟି ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବଜେଟ୍‌ ୧୦୦୦ କୋଟି କର: ଯୋଜନା ଓ ସଂଯୋଜନ ବିଭାଗ ସ୍ଥାୟୀ କମିଟି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ):ରାଜ୍ୟ ସରକାର ବିଧାୟକଙ୍କ ହାତ ପାଣ୍ଠିକୁ ୩ କୋଟିରୁ ୫ କୋଟି ଟଙ୍କାକୁ ବୃଦ୍ଧି କରନ୍ତୁ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବାର୍ଷିକ ବଜେଟ୍‌ ପରିମାଣ ମଧ୍ୟ ୧୮୦ କୋଟିରୁ ୧୦୦୦ କୋଟିକୁ ବୃଦ୍ଧି କରାଯାଉ। ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଗଠିତ ଯୋଜନା ଓ ସଂଯୋଜନ ବିଭାଗର ସ୍ଥାୟୀ କମିଟି ତାଙ୍କ ରିପୋର୍ଟରେ ରାଜ୍ୟ ସରକାରଙ୍କୁ ଏଭଳି ସୁପାରିସ କରିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସ୍ଥାୟୀ କମିଟି ବିଭାଗ ଉପରେ ଅସନ୍ତୋଷ ଜାହିର କରିବା ସହିତ ବିଭାଗର ପ୍ରମୁଖ ସଚିବଙ୍କ ବିରୋଧରେ ବର୍ଷିଛନ୍ତି। ତେବେ କମିଟି ଏହି ରିପୋର୍ଟରେ ରାଜ୍ୟ ସରକାରଙ୍କୁ ଆଉ ଏକ ବଡ ସୁପାରିସ କରିଛନ୍ତି। ଭାରତର ଖାଦ୍ୟ ନିଗମ ଚାଷୀଙ୍କ ଠାରୁ ସିଧାସଳଖ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ କିଣିବା ଲାଗି ପୂର୍ବରୁ ହାଇକୋର୍ଟ ଯେଉଁ ନିର୍ଦେଶ ଦେଇଥିଲେ, ରାଜ୍ୟ ସରକାର ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରିବା ଦରକାର ବୋଲି କମିଟି ଜୋର ଦେଇଛନ୍ତି।

Related Posts