କୁହୁଳୁଚି ଅସନ୍ତୋଷ, କର୍ଣ୍ଣାଟକରେ ୫ ଜଣଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିବାକୁ ବିଚାର କରୁଛି ବିଜେପି

karnatak

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଆସନ୍ତା ୨୦୨୩ରେ କର୍ଣ୍ଣାଟକ ବିଧାନସଭା ହେବାକୁ ଯାଉଛି । ଏଥିପାଇଁ ବିଜେପି ବର୍ତ୍ତମାନ ଠାରୁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛି । ତେବେ ଶାସକ ଦଳ ଭରତୀୟ ଜନତା ପାର୍ଟି ସରକାରରେ ଏକ ବଡ ପରିବର୍ତ୍ତନ କରିବା କଥା ସାମ୍ନାକୁ ଆସିଛି । ୟେଦୁରୁପ୍ପାଙ୍କୁ ପ୍ରଥମେ ଇସ୍ତଫା ଦେବାକୁ କୁହାଯାଇଥିଲା। ଏହା ପରେ ଲିଙ୍ଗାୟତରୁ ବାସଭରାଜ ବମ୍ମିଙ୍କୁ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ବର୍ତ୍ତମାନ ମିଳିଥିବା ଖବର ଅନୁସାରେ ବିଜେପି କର୍ଣ୍ଣାଟକରେ ପାଞ୍ଚ ଜଣ ଉପମୁଖ୍ୟମନ୍ତ୍ରୀ କରିବାକୁ ଚିନ୍ତା କରୁଛି ।

ଅପରିପକ୍ଷରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ବାସଭରାଜ ବମ୍ମି ବର୍ତ୍ତମାନ ଦିଲ୍ଲୀ ଗସ୍ତରେ ଅଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବେ । ଏହାସହ ମନ୍ତ୍ରୀମଣ୍ଡଳକୁ ନେଇ ମଧ୍ୟ ଆଲୋଚନା ହେବ । ୨୦୨୩ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ପାଞ୍ଚଜଣ ଉପମୁଖ୍ୟମନ୍ତ୍ରୀ ଚୟନ କରିବେ ଏବଂ ତାଙ୍କ କ୍ୟାବିନେଟରେ ଛଅରୁ ଆଠ ଜଣ ନୂଆ ଚେହେରା ସୃଷ୍ଟି କରିବେ। ନୂତନ ସରକାର ଗଠନ ପରେ ଏପର୍ଯ୍ୟନ୍ତ କ୍ୟାବିନେଟ୍ ଚୂଡାନ୍ତ ହୋଇନାହିଁ। ତେବେ ବମ୍ବାଇଙ୍କର ଦିଲ୍ଲୀ ଗସ୍ତ ପରେ ସେ ଏହାକୁ ଅନ୍ତିମ ରୂପ ଦେବେ ବୋଲି ସୂଚନା ମିଳିଛି ।

ଏହା ସହ କର୍ଣ୍ଣାଟକରେ ସର୍ବାଧିକ ୩୪ଜଣଙ୍କୁ ମନ୍ତ୍ରୀ କରାଯାଇ ପାରିବ । ବାସବରାଜ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲା ପରେ ପ୍ରଥମେ ୪ ଜଣ ଉପ ମୁଖ୍ୟମନ୍ତ୍ରୀ ରହିବେ ବୋଲି ଚର୍ଚ୍ଚା ହେଉଥିଲା । ଏବେ ୫ ଜଣ ଉପ ମୁଖ୍ୟମନ୍ତ୍ରୀ ହେବା ନେଇ ଆଲୋଚନା ହେଉଛି । ଏହାପୂର୍ବରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ୱାଇଏସ ଜଗନମୋହନ ରେଡ୍ଡି ୨୦୧୯ରେ ୫ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରିଥିଲେ ।

Related Posts