ମୁସଲମାନମାନଙ୍କୁ ଶାନ୍ତି ଏବଂ ସମ୍ମାନର ସହ ବଞ୍ଚିବାକୁ ଦିଅନ୍ତୁ: ବିଏସ ୟେଦୁରପ୍ପା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକରେ ଦିନକୁ ଦିନ ଅଳ୍ପସଂଖ୍ୟକ ଓ ବହୁସଂଖ୍ୟକଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ସେ ହିଜାବ ପ୍ରସଙ୍ଗ ହେଉ କିମ୍ବା ମସଜିଦରେ ଲାଉଡସ୍ପିକର ପ୍ରସଙ୍ଗ ହେଉ । ବାରମ୍ବାର ରାଜ୍ୟରେ ଏପରି ପ୍ରସଙ୍ଗ ସାମ୍ନାକୁ ଆସିବାରେ ଲାଗିଛି । ଏହା ମଧ୍ୟରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ମୁସଲମାନ ବ୍ୟବସାୟକୁ ଟାର୍ଗେଟ କରିବା ପାଇଁ ହିନ୍ଦୁ ସଂଗଠନର ଅଭିଯାନକୁ ସେ ସମାଲୋଚନା କରିଛନ୍ତି। ରାଜ୍ୟରେ ମୁସଲମାନମାନଙ୍କୁ ଶାନ୍ତି ଏବଂ ସମ୍ମାନର ସହ ବଞ୍ଚିବାକୁ ଦିଅ ବୋଲି ୟେଦୁରପ୍ପା କହିଛନ୍ତି । ସେପଟେ ଶ୍ରୀ ରାମ ସେନାର ଚାରିଜଣ ଅଭିଯୁକ୍ତ ଧରୱାଡରେ ମୁସଲମାନ ସମ୍ପ୍ରଦାୟର ଫଳ ଗାଡ଼ିକୁ ଭଙ୍ଗାରୁଜା କରିବା ଏବଂ ଗିରଫ ହେବାର ଗୋଟିଏ ଦିନ ପରେ ୟେଦୁରୁପ୍ପାଙ୍କ ଏହି ବିବୃତ୍ତି ସାମ୍ନାକୁ ଆସିଛି । କେବଳ ଏତିକି ନୁହେଁ ବରଂ ସେ ଏପରି କାର୍ଯ୍ୟକଳାପ ବନ୍ଦ କରିବାକୁ ହିନ୍ଦୁତ୍ୱ ସଂଗଠନଗୁଡ଼ିକୁ ଅନୁରୋଧ କରିଛନ୍ତି। ୟେଡିୟୁରପ୍ପା କହିଛନ୍ତି, “ମୁଁ ଇଚ୍ଛା କରେ ଯେ ହିନ୍ଦୁ ଏବଂ ମୁସଲମାନମାନେ ଗୋଟିଏ ମାତାର ସନ୍ତାନ ଭାବରେ ଏକାଠି ରୁହନ୍ତୁ।

ଯଦି କିଛି ସାମାଜିକ ବିରୋଧୀ ଉପାଦାନ ଏହାକୁ ବାଧା ଦେଉଛନ୍ତି, ତେବେ ସେମାନଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ । ଅନ୍ତତପକ୍ଷେ ଏଭଳି ଅପ୍ରୀତିକର ଘଟଣା ଘଟିବା ଉଚିତ ନୁହେଁ ଏବଂ ଆମେ ଏକଜୁଟ ହେବା ଉଚିତ୍ ବୋଲି କହିଛନ୍ତି । ଅନ୍ୟପଟେ କର୍ଣ୍ଣାଟକର ହିନ୍ଦୁତ୍ୱ ସଂଗଠନ ସହରର ମନ୍ଦିର ନିକଟରେ ଅବସ୍ଥିତ ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ଦୋକାନ ଉପରେ ନିଷେଧାଦେଶ, ହାଲଲ ମାଂସକୁ ବହିଷ୍କାର କରିବା ଏବଂ ଫଳ କାରବାରରେ ମୁସଲମାନଙ୍କ ବ୍ୟବସାୟକୁ ସମାପ୍ତ କରିବାକୁ ଆହ୍ୱାନ ଦେଇଛନ୍ତି। କେବଳ ଏତିକି ନୁହେଁ ମସଜିଦରେ ଲାଉଡ ସ୍ପିକର ଉପରେ ମଧ୍ୟ କାର୍ଯାନୁଷ୍ଠାନ ଦାବି କରାଯାଉଛି। ଏହା ବ୍ୟତୀତ ଅନେକ ସଂଗଠନ ମୁସଲମାନ କାରିଗର ଏବଂ ଟ୍ୟାକ୍ସି ଏବଂ ଏହି ସମ୍ପ୍ରଦାୟର ସଦସ୍ୟଙ୍କ ଦ୍ୱାରା ପରିଚାଳିତ ଅଟୋ ଦ୍ୱାରା ନିର୍ମିତ ପ୍ରତିମାଗୁଡ଼ିକୁ ବହିଷ୍କାର କରିବାକୁ ମଧ୍ୟ ଆହ୍ୱାନ କରିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ସରଗରମ ହୋଇ ଉଠିଛି ।

Related Posts