କର୍ଣ୍ଣାଟକ ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି, ନିଯୁକ୍ତ ହେଲେ ୨୮ ଜଣିଆ ରାଜନୈତିକ ବ୍ୟାପାର କମିଟି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ର ଅନ୍ତରୀଣ ଅଧକ୍ଷା ସୋନିଆ ଗାନ୍ଧୀ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ପାଇଁ ଏକ ୨୮ ଜଣିଆ ରାଜନୈତିକ ବ୍ୟାପାର କମିଟି କୁ ଅନୁମୋଦନ ଦେଇଛନ୍ତି। ଏହି ରାଜନୈତିକ ବ୍ୟାପାର କମିଟି ରେ କର୍ଣ୍ଣାଟକ କଂଗ୍ରେସ ର ସମ୍ପାଦକ ଡିକେ ଶିଭିକୁମାର ଙ୍କୁ ସଂଯୋଜକ ଭାବେ ନିଯୁକ୍ତି ମିଳିଛି । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ର ବିଧାୟକ ଦଳ ନେତା ଶ୍ରୀ ସୀଦ୍ଧରମୟା, ରାଜ୍ୟସଭା ରେ ବିରୋଧୀ ଦଳ ନେତା ମଳିକାର୍ଜୁନ ଖର୍ଗେ, ପ୍ରଚାର କମିଟି ଅଧକ୍ଷ ଏମ. ଭି ପାଟିଲ , ବିଧାନ ପରିଷଦ ସଦସ୍ୟ ବି,କେ ହରିପ୍ରସାଦ ଙ୍କୁ ସାମିଲ କରାଯାଇଛି।

କର୍ଣ୍ଣାଟକ ରେ ୨୦୨୩ ରେ ବିଧାନସଭା ନିର୍ବାଚନ କୁ ଆଖି ଆଗରେ ରଖି ଏହି କମିଟି କୁ ନିଯୁକ୍ତି ଦିଆ ଯାଇଥିବା ଚର୍ଚ୍ଚା ହେଉଛି। ଏହା ବ୍ୟତୀତ କର୍ଣ୍ଣାଟକ କଂଗ୍ରେସ କମିଟି ର ଯୋଗାଯୋଗ ବିଭାଗରେ ମଧ୍ୟ ଏଆଇସିସି କିଛି ନିଯୁକ୍ତି କୁ ଅନୁମୋଦନ କରିଛି।

Related Posts