ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୫ଟି ଗେଟ୍, ମୋଟ ୩୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି, ରାତି ୯ଟା ସୁଦ୍ଧା ଖୋଲିବ ୪୦ଟି ଗେଟ୍

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଯେମିତି ଯେମିତି ଜଳସ୍ତର ବଢୁଛି ସେହି ଅନୁପାତରେ ଗେଟ୍ ଖୋଲିବାରେ ଲାଗିଛି। ମଙ୍ଗଳବାର ପ୍ରଥମେ ପାଞ୍ଚଟି ଗେଟ୍ ଖୋଲାଯିବା ପରେ ଏବେ ପୁଣି ପାଞ୍ଚଟି ଗେଟ୍ ଖୋଲା ଯାଇଛି। ଏହାକୁ ମିଶାଇ ମୋଟ୍ ୩୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ତେବେ ରାତି ୯ଟା ସୁଦ୍ଧା ମୋଟ୍ ୪୦ ଗେଟ୍ ଖୋଲିବ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ତରଫରୁ କୁହାଯାଇଛି। ଫଳରେ ମହାନଦୀର ତଳ ଅଞ୍ଚଳରେ ବନ୍ୟା ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ।

ତେବେ ପର୍ଯ୍ୟାୟକ୍ରମେ ହୀରାକୁଦର ଆଜି ମୋଟ୍ ୧୪ଟି ଗେଟ୍ ଖୋଲାଯିବା ନେଇ ସୂଚନା ମିଳିଥିଲା। ଅଦ୍ୟାବଧି ୧୦ଟି ଗେଟ୍ ଖୋଲା ଯାଇଥିବା ବେଳେ ଆଉ ୪ ଗେଟ୍ ଖୋଲାଯିବା ବାକି ରହିଛି। ଏହା ପୂର୍ବରୁ ୨୬ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିଲା। ଏବେ ମୋଟ୍ ୩୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ମୁଣ୍ଡଳିରେ ଜଳ ପ୍ରବାହ ୧୨ ଲକ୍ଷ କ୍ୟୁସେକ୍ ଟପିଛି। ୧୨ ଲକ୍ଷ ୧ ହଜାର ୪୨୬ କ୍ୟୁସେକ ଜଳ ପ୍ରବାହିତ ହେଉଛି। ମୁଣ୍ଡଳିରେ ବିପଦ ସଙ୍କେତ ଉର୍ଦ୍ଧ୍ଵରେ ଜଳ ପ୍ରବାହିତ ହେଉଛି। ବିପଦ ସଙ୍କେତ ୯୭.୨୫ ଫୁଟ୍ ରହିଥିବା ବେଳେ ବର୍ତ୍ତମାନ ଜଳସ୍ତର ୯୭.୮୦ ଫୁଟ ରହିଛି।

Related Posts