ଶିବ ସୈନିକଙ୍କ ଉପରେ ଆକ୍ରମଣ କରିବାକୁ ଶିନ୍ଦେ ଗୋଷ୍ଠୀର ବିଧାୟକଙ୍କ ଆହ୍ବାନ; “ଯଦି ତାଙ୍କ ହାତ ନଭାଙ୍ଗି ପାରୁଛ ଗୋଡ଼ ଭାଙ୍ଗିଦିଅ”

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉଦ୍ଧବ ଠାକରେଙ୍କ ଶିବସେନାରୁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗୋଷ୍ଠୀରେ ଯୋଗ ଦେଇଥିବା ବିଧାୟକ ପ୍ରକାଶ ସୁର୍ଭେ ତାଙ୍କ ସମର୍ଥକଙ୍କୁ ଶିବ ସୈନିକଙ୍କ ଉପରେ ଆକ୍ରମଣ କରିବାକୁ କହିଛନ୍ତି। ଏକ ଭାଇରାଲ ଭିଡିଓରେ ପ୍ରକାଶ କହୁଛନ୍ତି ଯେ, “ଆମେ ତାଙ୍କୁ ତାଙ୍କ ସ୍ଥାନ ନ ଦେଖାଇବା ପର୍ଯ୍ୟନ୍ତ ବିଶ୍ରାମ କରିବା ଉଚିତ ନୁହେଁ । ତାଙ୍କ ହାତ ନ ଭାଙ୍ଗି ପାରୁଛ ଯଦି ଗୋଡ଼ ଭାଙ୍ଗିଦିଅ। ଚିନ୍ତା କର ନାହିଁ ତାପର ଦିନ ମୁଁ ଜାମିନ କରାଇଦେବି।”

ଶିନ୍ଦେ ଗୋଷ୍ଠୀର ବିଧାୟକ ପ୍ରକାଶ ସୁର୍ଭେ ଉଦ୍ଧବ ଶିବିରକୁ ଏକ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି। ମଗଥାନୋରୁ ଦୁଇଥର ବିଧାୟକ ହୋଇଥିବା ପ୍ରକାଶ ସୁର୍ଭେ ଏକ ଫେସବୁକ ଭିଡିଓରେ ତାଙ୍କ ସମର୍ଥକଙ୍କୁ କହିଛନ୍ତି ଯେ ଆମେ ସେମାନଙ୍କୁ ସେମାନଙ୍କ ସ୍ଥାନ ଦେଖାଇବା ପର୍ଯ୍ୟନ୍ତ ବିଶ୍ରାମ କରିବା ଉଚିତ ନୁହେଁ। କାହାର ଦାଦାଗିରି ଗାଳିଗୁଲଜକୁ ସହ୍ୟ କରନ୍ତୁ ନାହିଁ। ଯଦି କେହି ଆପଣଙ୍କୁ ଚ୍ୟାଲେଞ୍ଜ କରନ୍ତି ତେବେ ତାଙ୍କୁ ଚ୍ୟାଲେଞ୍ଜ କରନ୍ତୁ। ତାଙ୍କୁ ଦୁଇ ଖଣ୍ଡ କରି ଦିଅ। ତେବେ ଏହା ପରେ ସୁର୍ଭେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଶିବସେନା ମୁମ୍ବାଇ ପୋଲିସ ନିକଟରେ ପହଞ୍ଚିଛି। ଦହିସର ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରିଥିବା ପୂର୍ବତନ ଶିବସେନା କର୍ପୋରେଟର ଉଦେଶ ପାଟେକର କହିଛନ୍ତି ଯେ ଏହାଦ୍ୱାରା ଲୋକମାନଙ୍କ ମଧ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବିଶ୍ୱାସ ରହୁନାହିଁ। ତେବେ ଏହି ଭିଡ଼ିଓ ପ୍ରସଙ୍ଗରେ ମତାମତ ପାଇଁ ସୁର୍ଭେଙ୍କ ସହ ଯୋଗାଯୋଗ କରାଯାଇପାରି ନଥିବା କୁହାଯାଉଛି।

Related Posts