ବ୍ୟାଟିଂ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ୫ ବର୍ଷୀୟ ଏସକେ ସାହିଦନ୍କ ସ୍ବପ୍ନ ପୂରଣ କଲେ ମହାନ କ୍ରିକେଟର ସଚିନ ତେନ୍ଦୁଲକର

ବୟସ ସିନା ୫ ବର୍ଷ କିନ୍ତୁ ସ୍ବପ୍ନ ବଡ | ସେହି ବଡ ସ୍ବପ୍ନ ଓ ଇଛା ତାଙ୍କୁ ଆଜି ନିଜ ଆଦର୍ଶ ସଚିନ ତେନ୍ଦୁଲକରଙ୍କ ସହ ଭେଟ କରାଇଛି | ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସହ ୫ ଦିନ ଧରି ଅଭ୍ୟାସ କରିଛନ୍ତି ୫ ବର୍ଷୀୟ ଏସକେ ସାହିଦ । ଏନେଇ ସେ ଏବଂ ତାଙ୍କ ପରିବାର ଲୋକ ବହୁତ ଖୁସି ଥିବା କହିଛନ୍ତି |

ସୂଚନାଯୋଗ୍ୟ, ସୋସିଆଲ ମିଡିଆରେ ୫ ବର୍ଷୀୟ ଏସକେ ସାହିଦଙ୍କ ଏକ ବ୍ୟାଟିଂ ଭିଡିଓ ଭାଇରାଲ ହୋଇଥିଲା | ଭିଡିଓ ଟିକୁ ତାଙ୍କ ବାପା ଓ ମାଆ ସୋସିଆଲ ମିଡିଆରେ ପୋଷ୍ଟ୍ କରିଥିଲେ । ଏପରିକି ଅନେକ ଷ୍ଟାର୍ କ୍ରିକେଟର ଭିଡିଓ ସେୟାର କରିଥିଲେ । ଅନେକ ୟୁଜର ପ୍ରଶଂସା କରିଥିଲେ । ସଚିନ ମଧ୍ୟ ଏହି ଭିଡିଓରୁ ପ୍ରଭାବିତ ହୋଇଥିଲେ ।

ସାହିଦଙ୍କ ପିତା ଏକ ସେଲୁନରେ କାମ କରନ୍ତି । ସେ ଗତମାସରେ ପୁଅର ଭିଡିଓ ସେୟାର କରିଥିଲେ । ଯାହା ଅନେକ କ୍ରିକେଟରଙ୍କୁ ଆକୃଷ୍ଟ କରିଥିଲା । ସେନ ଓ୍ୱର୍ଣ୍ଣ ମଧ୍ୟ ସାହିଦଙ୍କୁ ପ୍ରଶଂସା କରିଥିଲେ ।

ଭିଡିଓ ମାଧ୍ୟମରେ ସାହିଦ ନିଜ ଆଦର୍ଶ ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ପ୍ରଭାବିତ କରିଥିଲେ । ଶେଷରେ କୋଲକାତାର ଏହି ଶିଶୁଙ୍କୁ ମୁମ୍ବାଇରେ ସଚିନଙ୍କ ଆକାଡେମୀରେ ଅଭ୍ୟାସ ପାଇଁ ସୁଯୋଗ ମିଳିଥିଲା । ନିଜେ ସଚିନ ସାହିଦଙ୍କୁ କିଛି ଟିପ୍ସ ଦେଇଥିଲେ ।

Related Posts