ଗୋଟିଏ ଦିନ ରେ ୫୦ ଜଣ ଡାକ୍ତରଙ୍କ ମୃତ୍ୟୁ, ସର୍ଵକନିଷ୍ଟ ଦିଲ୍ଲୀର ୨୫ ବର୍ଷୀୟ ଅନାସ ମୁଜାହିଦ୍ : ଆଇଏମଏ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଦେଶରେ କରୋନା ସ୍ଥିତି ଉଦବେଗ ଜନକ ଥିବା ବେଳେ କେଭିଡ ଯୋଦ୍ଧା ସାଜିଥିବା ଡାକ୍ତର ମାନେ ମୃତ୍ଯୁ ମୁଖରେ ପଡୁଛନ୍ତି । ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହରରେ ୨୪୪ ଜଣ ଡାକ୍ତର ପ୍ରାଣ ହରାଇଲେଣି । ଗତ କାଲି ଗୋଟିଏ ଦିନରେ ମହାମାରୀ ୫୦ ଜଣ ଡାକ୍ତରଙ୍କ ଜୀବନ ନେଇଛି  ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମ୍ଏ) କହିଛି ।  ଡାକ୍ତରଙ୍କ ମଧ୍ୟରୁ ବିହାରରେ ସର୍ବାଧିକ ୬୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତରପ୍ରଦେଶରେ ୨୭ ଓ ଦିଲ୍ଲୀରେ ୨୭ ଜଣ ଡାକ୍ତରଙ୍କ ଜୀବନ ନେଇଛି  କରୋନା । ଆଜିକୁ ଟିକାକରଣ ୫ ମାସ ହେବ ଆରମ୍ଭ ହେଲାଣି , ମାତ୍ର ଏବେ ସୁଦ୍ଧା ୬୬ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ସମ୍ପୂର୍ଣ ଟିକା ନେଇଛନ୍ତି । ଆଇଏମଏ ପକ୍ଷରୁ କୁହାଯାଇଛି ଯେ କରୋନାରେ ମୃତ୍ୟୁ ବରଣ କରିଥିବା ସବୁଠୁ କନିଷ୍ଠ ଡାକ୍ତର ହେଲେ  ଡା. ଅନାସ ମୁଜାହିଦ । ତାଙ୍କର  ବୟସ ୨୫ ବର୍ଷ । ସେ ଦିଲ୍ଲୀର ଗୁରୁ ତେଗ ବାହାଦୁର  ମେଡେିକାଲରେ ରେସିଣ୍ଡଟ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ  । ତେବେ ଗତବର୍ଷ ପ୍ରଥମ ଲହରରେ ୭୩୬ ଡାକ୍ତରଙ୍କ ଜୀବନ ନେଇଥିଲା ଏହି ମହାମାରୀ । ମୋଟ ଗତବର୍ଷଠାରୁ ଇତିମଧ୍ୟରେ ୧୦୦୦ ଜଣ ଡାକ୍ତର ପ୍ରାଣ ହରାଇଲେଣି  ବୋଲି ଆଇଏମ୍ଏ କହିଛି । ଭାରତରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିଲେ କିନ୍ତୁ ମୃତୁୁ୍ୟସଂଖ୍ୟା ୪୦୦୦ ଟପିଛି । ଦେଶରେ  ଗତ ୨୪ ଘଣ୍ଟା ମଧ୍ୟରେ ୨,୮୧,୩୮୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦିନକରେ ୪୧୦୬ ଜଚ୍ଚଙ୍କର ମୃତ୍ୟୁ ଘଟିଛି ।

Related Posts