ଅକ୍ଟୋବର ୧୨ ସୁଦ୍ଧା ଦେଶରେ ଆରମ୍ଭ ହେବ 5G ସେବା !

ନୂଆଦିଲ୍ଲୀ: ଦେଶରେ 5G ସେବାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦେଶରେ ଖୁବ ଶୀଘ୍ର 5G ସେବା ଆରମ୍ଭ କରିବାକୁ ଜୋର୍ ଦାର ଉଦ୍ୟମ ଆରମ୍ଭ ହୋଇଥିବା ବେଳେ, କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଦୂରସଂଚାର କମ୍ପାନି ଗୁଡିକ ଏହି ଦିଗରେ କାମ କରୁଛନ୍ତି ଏବଂ ଟେକନିକ୍ ଇନଷ୍ଟାଲେସନ ଉପରେ ଜୋର ଦିଆଯାଉଛି । ଅକ୍ଟୋବର ୧୨ ସୁଦ୍ଧା ଦେଶରେ 5G ସେବା ଆରମ୍ଭ ହେବା ନେଇ କେନ୍ଦ୍ରମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । ଏହାପରେ ସାରା ଦେଶରେ ଏହାର ବିସ୍ତାର କରାଯିବ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘ଆମେ ଆଶା ରଖିଛୁ ଯେ, ଆସନ୍ତା ଦୁଇରୁ ତିନି ବର୍ଷରେ 5G ଦେଶର ପ୍ରତିଟି ସ୍ଥାନରେ ପହଞ୍ଚ ପାରିବ। ଏହାସହ ଏହି ସେବା ଯେପରି ସୁଲଭ ରହିବ ତାହା ମଧ୍ୟ ସୁନିଶ୍ଚିତ କରୁଛୁ । 5G ସେବା ବିସ୍ତାର ପାଇଁ ଉଭୟ ସହର ଏବଂ ଗ୍ରାମୀଣ ଅଞ୍ଚଳରେ ଧ୍ୟାନ କେନ୍ଦ୍ରୀତ କରାଯାଉଛି’।

ଇଲେକ୍ଟ୍ରୋମାଗନେଟିକ ରେଡିଏସନ କ୍ଷତି ଉପରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ଆମେରିକା ଏବଂ ୟୁରୋପ ତୁଳନାରେ ଆମର ଏଠି ରେଡିଏସନ 10 ଗୁଣା କମ ରହିବ, ଫଳରେ ଏଠାରେ ରେଡିଏସନ ବିପଦ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Related Posts