(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୧,୦୩୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬,୦୩୩କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨ ଜଣ ଥିବା ବେଳେ ସୁନ୍ଦରଗଡ଼ରୁ ୧୧, କଟକରୁ ୧୦, ପୁରୀରୁ ୬, ଢେଙ୍କାନାଳରୁ ୫, ଗଞ୍ଜାମ ଓ ଜଗତସିଂହପୁରରୁ ୪ ଜଣ ଲେଖାଏଁ, ଅନୁଗୋଳ ଓ ଭଦ୍ରକରୁ ୩ ଜଣ ଲେଖାଏଁ, ବାଲେଶ୍ୱର, ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏଁ ଏବଂ ବରଗଡ଼, ଯାଜପୁର ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ତେବେ ଆଶ୍ୱସ୍ତିର ବିଷୟ ହେଉଛି ରାଜ୍ୟରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ହଜାରେ ପାଖାପାଖି ରହିଛି। ଗତ ୨୪ଘଣ୍ଟା ଭିତରେ ଚିହ୍ନଟ ହୋଇଥିବା ୧୦୩୨ ଜଣ ନୂଆ ସଂକ୍ରମିତଙ୍କ ମଧ୍ୟରୁ ୫୯୮ ଜଣ କ୍ୱାରେଣ୍ଟାଇନ୍ରେ ଥିବାବେଳେ ୪୩୪ ଟି ଲୋକାଲ କେସ୍ ରହିଛି।
ନୂଆ କୋଭିଡ୍ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୭ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୫୪, ଅନୁଗୋଳରୁ ୪୮, ବାଲେଶ୍ୱରରୁ ୩୬, ବରଗଡ଼ରୁ ୮, ଭଦ୍ରକରୁ ୪୭, ବଲାଙ୍ଗିରରୁ ୪, ବୌଦ୍ଧରୁ ୨, ଦେବଗଡ଼ରୁ ୮, ଢେଙ୍କାନାଳରୁ ୨୫, ଗଜପତିରୁ ୬, ଗଞ୍ଜାମରୁ ୮, ଜଗତସିଂହପୁରରୁ ୮୨, ଯାଜପୁରରୁ ୪୩, ଝାରସୁଗୁଡ଼ାରୁ ୩, ନୟାଗଡ଼ରୁ ୩୦, ନୂଆପଡ଼ାରୁ ଜଣେ, ପୁରୀରୁ ୮୨, ରାୟଗଡ଼ାରୁ ୮, ସମ୍ବଲପୁରରୁ ୧୯, କଳାହାଣ୍ଡିରୁ ୬, କନ୍ଧମାଳରୁ ୧୦, କେନ୍ଦ୍ରାପଡ଼ାରୁ ୧୮, କେନ୍ଦୁଝରରୁ ୨୩, କୋରାପୁଟରୁ ୯, ମାଲକାନଗିରିରୁ ୬, ମୟୂରଭଞ୍ଜରୁ ୨୦, ନବରଙ୍ଗପୁରରୁ ୬, ସୋନପୁରରୁ ୧୦ ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ୨୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍ରୁ ୫୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧୦୩୨ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯,୭୯,୭୩୭ରେ ପହଞ୍ଚିଛି।ଏମାନଙ୍କ ମଧ୍ୟରୁ ୯,୫୮,୬୦୧ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୫,୦୫୦ ଆକ୍ଟିଭ କେସ୍ ରହିଛି। ସେହିଭଳି ରାଜ୍ୟରେ ଏକ କୋଟି ୬୧ଲକ୍ଷରୁ ଅଧିକ ଲୋକଙ୍କର କରୋନା ଟେଷ୍ଟ ହୋଇଥିବା ସୂଚନା ମିଳିଛି ।
ବର୍ତ୍ତମାନ ରାଜ୍ୟରେ କେବଳ ଖୋର୍ଧା ଜିଲ୍ଲା ରେଡ୍ ଜୋନରେ ରହିଛି। ଏଠାରେ ୪୨୬୧ ଟି ଆକ୍ଟିଭ କେସ୍ ରହିଥିବାବେଳେ କଟକ ଜିଲ୍ଲାରେ ୧୯୧୨ ଟି ଆକ୍ଟିଭ କେସ୍ ରହିଥିବା କାରଣରୁ କଟକ ଜିଲ୍ଲା ଏବେ ୟୋଲୋ ଜୋନରେ ରହିଛି । ଅନ୍ୟ ସମସ୍ତ ଜିଲ୍ଲା ଗ୍ରୀନ୍ ଜୋନରେ ରହିଛନ୍ତି। ମାତ୍ର ୩୨ଜଣ ଆକ୍ଟିଭ କେସ୍ ସହ ଗଜପତି ଜିଲ୍ଲାରେ ସବୁଠାରୁ କମ୍ କରୋନା ରୋଗୀ ଅଛନ୍ତି ।