ଜଣେ ଟ୍ରଲି ଚାଳକର ଝିଅ ଯାହା ଉପରେ ଏବେ ୧୩୦ କୋଟି ଭାରତୀୟଙ୍କ ଆଶା ଓ ଭରସା, “ହକି ଷ୍ଟିକ୍ ଟେ କିଣି ଦେବା ପାଇଁ ବାପାଙ୍କ ପାଖରେ ପଇସା ନ ଥିଲା”; ଭାରତୀୟ ହକି ଟିମ କ୍ୟାପଟେନ ରୀନା ରାମପାଲଙ୍କ ପ୍ରେରଣାଦାୟୀ ସଂଘର୍ଷ ଯାତ୍ରା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଭାରତୀୟ ମହିଳା ହକି ଟିମ୍ । ପ୍ରଥମଥର ପାଇଁ କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆକୁ ୧-୦ରେ ହରାଇ ଟୋକିଓ ଅଲିମ୍ପିକ୍ସରେ ସେମିଫାଇନାଲରେ ପ୍ରବେଶ କରିଛି ଟିମ୍ । ଟିମ୍ ର ଏହି ସଫଳତା ପରେ ଏବେ ସାରା ଦେଶରୁ ମହିଳା ହକି ଟିମ୍ କୁ ଶୁଭେଚ୍ଛାର ସୁଅ ଛୁଟିଛି। କେନ୍ଦ୍ର ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପୁରା ଦେଶବାସୀ ଶୁଭେଚ୍ଛା ଜଣାଇଛନ୍ତି। 

ମହିଳା ହକି ଦଳର କ୍ୟାପଟେନ ହେଉଛନ୍ତି ରାନୀ ରାମପାଲ, ବିଶ୍ବ କ୍ରୀଡାଜଗତରେ ଆଜି ଏକ ପରିଚିତ ନାମ । ତେବେ ଅନେକ ସମସ୍ୟାକୁ ପଛରେ ପକାଇ ସଙ୍ଘର୍ଷ କରି ରାନୀ ରାମପାଲ ଏବେ ଏହି ସ୍ଥାନରେ ପହଞ୍ଚିଛନ୍ତି। ରାନୀ ରାମପାଲ ଅଲମ୍ପିକ(ଟୋକିଓ ଅଲମ୍ପିକ)ରେ ମହିଳା ହକି ଟିମର କ୍ୟାପଟେନ ଭାବେ ନେତୃତ୍ବ ନେଇଛନ୍ତି। ଯାହାକି ତାଙ୍କ ରାଜ୍ୟ ହରିୟାଣା ସମେତ ସାରା ଦେଶ ପାଇଁ ଗର୍ବର ବିଷୟ। 

ଚଳିତ ବର୍ଷ ଅଲିମ୍ପିକ୍ସରେ ମହିଳା ହକି ଟିମ୍ ର ନେତୃତ୍ୱ ନେଇଥିବା ୨୬ ବର୍ଷୀୟା ରାନୀ ହ୍ୟୁମାନ୍ସ ଅଫ୍ ବମ୍ବେ କୁ ନିଜର ପ୍ରେରଣାଦାୟକ ଯାତ୍ରା ବର୍ଣ୍ଣନା କରିଥିଲେ। 

ଭାରତୀୟ ମହିଳା ହକି ଦଳର ଅଧିନାୟକ ରାନୀ ରାମପାଲ 15 ବର୍ଷ ବୟସରେ 2010 ବିଶ୍ୱକପ ପାଇଁ ଜାତୀୟ ଦଳର ସର୍ବକନିଷ୍ଠ ଖେଳାଳି ହୋଇଥିଲେ। 

ରାନୀଙ୍କ ସଫଳତାର ଯାତ୍ରା :-

ରାନୀ ରାମପାଲଙ୍କ ଘର ହରିୟାଣାର କୁରୁକ୍ଷେତ୍ର ଜିଲ୍ଲାର ଶାହବାଦ ମାରକାଣ୍ଡ ଅଞ୍ଚଳରେ । ତାଙ୍କ ଜନ୍ମ ୪ ଡିସେମ୍ବର ୧୯୯୪ ରେଏକ ଅତ୍ୟନ୍ତ ଗରିବ ପରିବାରରେ। ଘର ଚଳାଇବା ପାଇଁ ତାଙ୍କ ପିତା ଘୋଡା ଗାଡି ଚଳାଉଥିଲେ ଓ ଇଟା ବିକ୍ରି କରୁଥିଲେ । ମାତ୍ର ୫ ଜଣ ଲୋକକୁ ନେଇ ପରିବାର ଚଳାଇବାକୁ ଏହା ଯଥେଷ୍ଟ ନଥିଲା । ସେ ପ୍ରଥମେ ଭଙ୍ଗା ହକି ଷ୍ଟିକ୍ ରେ ଅଭ୍ୟାସ ଆରମ୍ଭ କରି ଥିଲେ। ମୁଣ୍ଡ ଉପରେ ଛାତ ନଥିଲା, ମାଟିର ଘର, ବର୍ଷା ଦିନେ ପାଣି ଘରେ ପଶୁଥିଲା , ବିଜୁଳି ମଧ୍ୟ ନଥିଲା । ରାନୀଙ୍କ ପିତା କୁହନ୍ତି, ବର୍ଷାଦିନେ ଘର ଭିତରେ ପାଣି ଭର୍ତ୍ତି ହେଇଯାଉଥିଲା ଓ ରାନୀ ନିଜର ଦୁଇ ଭାଇଙ୍କ ମିଶି ବର୍ଷା ବନ୍ଦ ହେବାକୁ ପ୍ରାର୍ଥନା କରୁଥିଲେ । ରାନୀଙ୍କ ପାଇଁ ପିଲାବେଳେ ସ୍କୁଲ ଯିବା ବି ମୁସ୍କିଲ ଥିଲା । ମାତ୍ର ଯେନତେନ ପ୍ରକାରେ ଘରଲୋକେ ସ୍କୁଲରେ ନାମ ଲେଖାଇଥିଲେ ।

 ସେ ନିକଟସ୍ଥ ଏକାଡେମୀରେ ଖେଳ ଦେଖିବା ପାଇଁ ଘଣ୍ଟା ଘଣ୍ଟା ସେଠାରେ ବିତାଇ ଥାନ୍ତି। ଧୀରେ ଧୀରେ ରାମପାଲଙ୍କର ହକି ପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା। ରାନୀ କୁହନ୍ତି ,” ତାଙ୍କର କୋଚ୍‌ ଥିଲେ ଦ୍ରୋଣାଚାର୍ଯ୍ୟ ଆୱାର୍ଡ କୋଚ୍‌ ବଲଦେବ ସିଂହ । ପ୍ରଥମେ ତ କୋଚ୍‌ ରାନୀଙ୍କୁ ଆଡମିଶନ ଦେବାକୁ ମନାକରୁଥିଲେ। କୋଚ୍ କହୁଥିଲେ ‘ତୁମେ ଅଭ୍ୟାସ କରିବା ପାଇଁ ଫିଟ୍ ନୁହେଁ। ତେଣୁ, ମୁଁ ଏକ ଭଙ୍ଗା ହକି ଷ୍ଟିକ୍ ଧରି ଅଭ୍ୟାସ କରିବା ଆରମ୍ଭ କଲି – ​​ମୁଁ ଏକ ସାଲୱାର କାମିଜରେ ଦୌଡୁଥିଲି। କିନ୍ତୁ ମୁଁ ସଂକଳ୍ପବଦ୍ଧ ଥିଲି। ଏବଂ ଶେଷରେ କୋଚଙ୍କୁ ମଧ୍ୟ ମନାଇବାରେ ସଫଳ ହୋଇଥିଲେ।

 ରାମପାଲଙ୍କ ପରିବାର କିନ୍ତୁ ନିଜ ଝିଅକୁ ଏକ ସ୍କଟରେ ଖେଳିବା ଦେଖି ବିରୋଧ କରିଥିଲେ। ଏହା ପରେ ରାନୀ ଘର ଲୋକଙ୍କୁ ମନାଇବାକୁ ଚେଷ୍ଟା କଲେ। ସେ ତାଙ୍କ ପରିବାର ଲୋକଙ୍କୁ ଅନୁରୋଧ କରିଥିଲେ “ମୁଁ ନିବେଦନ କରୁଛି,‘ ଦୟାକରି ମୁଝେ ଜାନେ ଦୋ (ଦୟାକରି ମୋତେ ଯିବାକୁ ଦିଅ)। ସେ ପରିବାର ଲୋକଙ୍କୁ କହିଥିଲେ ଯଦି ମୁଁ ବିଫଳ ହୋଇଯାଏ ତେବେ ତୁମେ ଯାହା ଚାହିଁବି ମୁଁ ତାହା କରିବି।’ ଶେଷରେ ମୋ ପରିବାର ଲୋକେ ବି ହାର ମାନିଲେ।”

ସଙ୍ଘର୍ଷର କାହାଣୀ ଏତିକିରେ ସମାପ୍ତ ହୋଇ ନଥିଲା। ଅଭ୍ୟାସ ବହୁତ ଶୀଘ୍ର ଆରମ୍ଭ ହୋଇଥାଏ। କିନ୍ତୁ ଆମ ପାଖରେ ଘଣ୍ଟା ନଥାଏ । ତେଣୁ ମୋ ମା ମୋତେ ଉଠାଇବା ପାଇଁ ଆକାଶକୁ ଦେଖିଥାଏ। ” ସେ ଆହୁରି ମଧ୍ୟ କହିଛନ୍ତି, “ଏକାଡେମୀରେ ସବୁ ଖେଳାଳିଙ୍କୁ ୫୦୦ ମିଲି କ୍ଷୀର ଆଣିବା ବାଧ୍ୟତାମୂଳକ ଥିଲା। କିନ୍ତୁ ମୋ ପରିବାର ଆର୍ଥିକ ସ୍ଥିତି ଏତେ ଦୁର୍ବଳ ଥିଲା ଯେ କେବଳ ୨୦୦ ମିଲି କ୍ଷୀର ମୋତେ ଦେଉଥିଲେ ; ତେଣୁ ମୁଁ କ୍ଷୀରରେ ପାଣିରେ ମିଶାଇ ପିଉଥିଲି।”

ତାଙ୍କ ପାଖରେ ଖେଳିବାକୁ ଜୋତା ଏବଂ ହକି କିଟ୍ ନଥିଲା। ତାଙ୍କ କୋଚ୍ ରାନୀଙ୍କ ପାଇଁ ଖାଦ୍ୟପେୟ ଠାରୁ ଆରମ୍ଭ କରି ସବୁ ଆବଶ୍ୟକିୟ ଜିନଷର ବ୍ଯବସ୍ଥା କରି ଥିଲେ। ଏବଂ ମୁଁ ଗୋଟିଏ ଦିନ ବି ଅଭ୍ୟାସ ବନ୍ଦ କରି ନଥିଲି । ମୋର ମନେ ଅଛି, ମୁଁ ଏକ ଟୁର୍ନାମେଣ୍ଟରେ ୫୦୦ ଟଙ୍କା ଜିତି ଥିଲି ଏବଂ ଏହି ଟଙ୍କାକୁ ମୋ ବାପାଙ୍କୁ ନେଇ ଦେଇଥିଲି। ସେ ତାଙ୍କ ହାତରେ ଏତେ ଗୁଡ଼ାଏ ଟଙ୍କା କେବେ ବି ଧରି ନଥିଲେ। ରାନୀ କୁହନ୍ତି,  ମୁଁ ମୋ ପରିବାରକୁ ପ୍ରତିଶୃତି ଦେଇଥିଲି, ‘ଦିନେ ଆମର ନିଜ ଘର ହେବ।ଆଉ ମୁଁ ଏଥିପାଇଁ ସବୁ ପ୍ରକାର ପ୍ରୟାସ ଜାରି ରଖିଛି। ସେ ତାଙ୍କ ପରିବାର ଲୋକଙ୍କ ବିଷୟରେ କହିଛନ୍ତି ଯେ ” ମୋ ପରିବାରର ସହଯୋଗରେ ମୁଁ ଆଜି ଭାରତୀୟ ହକି ଦଳର ଅଧିନାୟକ ହୋଇଛି  ! ”  

୨୦୧୭ ରେ, ସେ ନିଜ ପରିବାର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରନ୍ତି। ନିଜ ପରିବାର ପାଇଁ ଘର କିଣିବାର ସ୍ୱପ୍ନକୁ ପୂରଣ କରନ୍ତି। ସେ କହିଛନ୍ତି ଯେତେବେଳେ ନିଜର ଘର କିଣିଥିଲେ ପରସ୍ପରକୁ ଧରି କାନ୍ଦୁଥିଲୁ!  

ଯେବେ ସେ ୧୫ ବର୍ଷର ଥିଲେ, ଭାରତୀୟ ହକି ଟିମ୍‌ରେ ପ୍ରଥମେ ଖେଳିବାର ସୁଯୋଗ ମିଳିଲା । ୨୦୦୯ ରେ ଋଷରେ ଆୟାେଜିତ ଚମ୍ପିଆନ୍ସ ଚ୍ୟାଲେଞ୍ଜ ଟୁର୍ଣ୍ଣାମେଣ୍ଟ ଖେଳିଲେ । ଫାଇନାଲ ମୁକାବିଲାରେ ୪ ଟି ଗୋଲ୍‌ କରିବା ସହ ଭାରତକୁ ବିଜୟ ଦେଇଥିଲେ । ପରେ ତାଙ୍କୁ ସର୍ବକନିଷ୍ଠ ଖେଳାଳି ଭାବେ ‘ଦ ଟପ୍‌ ଗୋଲ୍‌ ସ୍କୋରର୍‌’ ଘୋଷଣା କରାଗଲା । ୨୦୦ ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ ଖେଳିସାରିଛନ୍ତି ରାନୀ। ସେ ନଭେମ୍ବର ୨୦୦୯ ରେ ଏସିଆ କପ ଟିମରେ ଟିମ ଇଣ୍ଡିଆ ରୌପ୍ୟ ପଦକ ଜିତିଲା । ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗ ନେଇଥିଲେ ରାନୀ, ଯେଉଁଠାରେ FIH ର ‘ଯୁବ ମହିଳା ପ୍ଲେଆର ଅଫ ଦ ଇୟର’ ଆୱାର୍ଡ ପାଇଁ ମନୋନୀତ ହୁଅନ୍ତି । ୨୦୧୩ ରେ ଜୁନିୟର ବିଶ୍ବକପରେ ଭାରତର ପ୍ରତିନିଧିତ୍ବ କରନ୍ତି ଓ ପ୍ରଥମ ଥର ଭାରତ କାଂସ୍ୟ ପଦକ ବିଜେତା ହୁଏ । ଏଠାରେ ମଧ୍ୟ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ହୁଅନ୍ତି।

Related Posts