ଟିକା ନେଇନଥିବା ୭୬ % ରୋଗୀ ମୃତ୍ୟୁବରଣ କରିଥିବା ବେଳେ ଟିକା ନେଇ ୦.୩ % ଆକ୍ରାନ୍ତ ପ୍ରାଣ ହରାଇଛନ୍ତି : ଏମ୍ସ ଷ୍ଟଡି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର :  କରୋନା ବିରୋଧରେ ସବୁଠାରୁ ବଡ ଅସ୍ତ୍ର ହେଉଛି ଟିକା । ଟିକା କେବଳ ରୋଗକୁ ଗୁରୁତର ହେବାକୁ ରୋକି ନଥାଏ, ବରଂ ମୃତ୍ୟୁ ଆଶଙ୍କାକୁ ମଧ୍ୟ ହ୍ରାସ କରିଥାଏ । AIIMS ରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଏକ ରିପୋର୍ଟରୁ ଜଣାପଡିଛି ଯେ , ୨୯୪ (୭୬%) ରୋଗୀ ଟିକା ନେଇଥିବା କାରଣରୁ ମୃତ୍ୟୁ ବରଣ କରିଛନ୍ତି, ତେବେ ଉଭୟ ଡୋଜ ଟିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ କେବଳ ଜଣଙ୍କର ମୃତ୍ୟୁ ହୋଇଛି।  ଅର୍ଥାତ୍ କେବଳ 0.03 ପ୍ରତିଶତ ମୃତ୍ୟୁ ବରଣ କରିଛନ୍ତି। ଏହି ରିପୋର୍ଟ ଦର୍ଶାଉଛି ଯେ ଏହି କରୋନା ବିରୁଦ୍ଧରେ ଟୀକାକରଣ ହେଉଛି ସବୁଠାରୁ ପ୍ରଭାବଶାଳୀ ଅସ୍ତ୍ର ।

AIIMS ର ରିପୋର୍ଟ ଅନୁଯାୟୀ, 1818 ରୋଗୀଙ୍କୁ ଟୀକାକରଣ ଉପରେ ଅଧ୍ୟୟନ କରାଯାଇଥିଲା । ଏଥିମଧ୍ୟରୁ 1314 ରୋଗୀ ଅର୍ଥାତ୍ 72.3% ଟିକା ନେଇ ନାହାଁନ୍ତି।  AIIMS ରେ, ଆଡମିଶନ ହୋଇନଥିବା ଲୋକଙ୍କ ମଧ୍ୟରୁ 294 ଜଣଙ୍କର ମୃତ୍ୟୁ ହୋଇଥିଲା। ଅର୍ଥାତ୍ 76.4% ରୋଗୀଙ୍କ ମୃତ୍ୟୁ ଘଟିଥିଲା । ତେବେ ସେଠାରେ 215 ଜଣ ରୋଗୀ ଟୀକାର ପ୍ରଥମ ଡୋଜ୍ ଦୁଇ ସପ୍ତାହ ତଳେ ନେଇ ପୁଣି ଥରେ କରୋନା ଆକ୍ରାନ୍ତ  ହୋଇଥିଲେ। ଏହଭଳି 11.8% ରୋଗୀ ଥିଲେ।  ଏବଂ ସେମାନଙ୍କ ମଧ୍ୟରୁ 42 (10.9%) ମୃତ୍ୟୁ ବରଣ କରିଛନ୍ତି।

କିନ୍ତୁ, ଟୀକାକରଣର ପ୍ରଥମ ଡୋଜ୍ ନେବାର ଦୁଇ ସପ୍ତାହ ପରେ, 258 ରୋଗୀଙ୍କୁ ଭର୍ତ୍ତି କରାଯାଇଥିଲା, ଅର୍ଥାତ୍ ଗୋଟିଏ ଡୋଜ୍ ନେବା ପରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା 14.2% ଥିଲା । ଏଥିମଧ୍ୟରୁ 48 (12.5%) ମୃତ୍ୟୁ ବରଣ କରିଛନ୍ତି।  ଏଥି ସହିତ, ଟିକା ର ଉଭୟ ଡୋଜ ନେଇଥିବା 31 ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ସଂଖ୍ୟା ହେଉଛି କେବଳ 1.7% । ଏବଂ ସେମାନଙ୍କ ମଧ୍ୟରୁ କେବଳ ଜଣେ ରୋଗୀ ଅର୍ଥାତ୍ 0.03% ଆକ୍ରାନ୍ତ ମୃତ୍ୟୁ ବରଣ କରିଥିଲେ।

ଏହି ଅଧ୍ୟୟନ ସହ ଜଡିତ ଜଣେ ଡାକ୍ତର କହିଛନ୍ତି ଯେ ଟୀକାକରଣ କେତେ ପ୍ରଭାବଶାଳୀ ତାହା ଏହି ଷ୍ଟଡିରୁ ସ୍ପଷ୍ଟ ହୋଇଛି। ଟିକା ବିନା 76% ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ କେବଳ 0.3% ଉଭୟ ଡୋଜ ନେବା ପରେ ମୃତ୍ୟୁ ବରଣ କରିଛନ୍ତି। ତେଣୁ, ଏହି ଜୀବାଣୁ ବିରୁଦ୍ଧରେ ଟିକା ହେଉଛି ଏକ ବଡ଼ ପ୍ରତିରକ୍ଷା ।  ଲୋକମାନେ ଏହା ବୁଝିବା ଉଚିତ୍ ।  

Related Posts