ପୁରୀରୁ ୮୦ ଲକ୍ଷ ୯୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ: ୪ ଅଭିଯୁକ୍ତ ଗିରଫ

ପୁରୀ : ପୁରୀରୁ ଜବତ ହେଲା ବ୍ରାଉନ୍‌ସୁଗାର । ଜବତ ବ୍ରାଉନସୁଗାର ର ଆନୁମାନିକ ମୂଲ୍ୟ ପ୍ରାୟ ୮୦ ଲକ୍ଷ ୯୦ ହଜାର ଟଙ୍କା । ଏହାସହିତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବାସେଳୀ ସାହି ଥାନା ପୋଲିସ ।

ଖବର ଅନୁଯାୟୀ, କୌଣସି ସୁତ୍ରରେ ଖବର ପାଇ ବାସେଳୀ ସାହି ଥାନା ପୋଲିସ ଚଢାଉ କରି ୮୯୦ ଗ୍ରାମର ବ୍ରାଉନ୍‌ସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ୯୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ଏହାସହିତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିମଧ୍ୟରୁ ଦୁଇଜଣ କଲିକତାର ମୁଖ୍ୟ ବ୍ୟବସାୟୀ ଥିବା ବେଳେ ଅନ୍ୟ ଦୁଇଜଣ ଆନ୍ତ ଜିଲ୍ଲା ବ୍ୟବସାୟୀ ବୋଲି ଟୁଇଟର ମାଧ୍ୟମରେ ସୂଚନା ଦେଇଛି ପୁରୀ ପୋଲିସ। ଅପରାହ୍ନ ୪ଟାରେ ବାସେଳୀ ସାହି ଥାନାରେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ମିହିର ପଣ୍ଡା।

Related Posts