ଭୁବନଶ୍ୱେର(ସତ୍ୟପାଠ ବ୍ୟୁରୋ): ଦେଶର ପାଞ୍ଚଟି ରାଜ୍ୟର ବିଧାନସଭା ଫଳାଫଳ ସାମ୍ନାକୁ ଆସିଛି । ଏଥର ବିଜେପି ଚାରୋଟିରେ ବାଜି ମାରି ଐତିହାସିକ ବିଜୟ ହାସଲ କରିଛି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଏହି ବିଜୟକୁ ନେଇ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଥିଲା । ତେବେ ୨୦୧୭ ଉତ୍ତର ପ୍ରଦେଶ ଫଳାଫଳ ଘୋଷଣା ହେବା ପରଠାରୁ ୨୦୧୯ ସାଧାରଣ ନିର୍ବାଚନରେ କ’ଣ ହେବ ସେକଥା ଜଣାପଡ଼ି ଯାଇଥିଲା ବୋଲି ଅନେକ ରାଜନୀତିକ ପଣ୍ଡିତମାନେ କହିଥିଲେ। ବର୍ତ୍ତମାନ ସମାନ ଚିନ୍ତାଧାରା ଦେଖିବାକୁ ମିଳିବ। ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ମଧ୍ୟ ୨୦୨୨ ଉତ୍ତର ପ୍ରଦେଶ ରେଜଲ୍ଟରେ ଦେଖାଯାଇଛି ବୋଲି ମୋଦି କହିଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ସେପଟେ ମୋଦିଙ୍କ ବୟାନରେ ପ୍ରତିକ୍ରିୟା ଦେଇଛନ୍ତି ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର । ତେବେ ୨୦୨୪ରେ ଅସଲ ଲଢ଼େଇ ହେବାକୁ ଯାଉଛି । ୨୦୨୪ର ଲଢ଼େଇ କୌଣସି ରାଜ୍ୟର ଫଳାଫଳ ଦ୍ୱାରା ସ୍ଥିର କରାଯାଇପାରିବ ନାହିଁ । ମୋଦି ସାହେବ ଏହା ଭଲ ଭାବରେ ଜାଣନ୍ତି । ତେଣୁ ବିରୋଧୀଙ୍କ ଉପରେ ଏକ ମାନସିକ ଚାପ ସୃଷ୍ଟି କରିବାକୁ ସେ ରାଜ୍ୟ ଫଳାଫଳରୁ ଏକ ପରିବେଶ ସୃଷ୍ଟି କରୁଛନ୍ତି । ଏହା ଅତ୍ୟନ୍ତ ଚତୁର ପ୍ରୟାସ । କିନ୍ତୁ ଏହିପରି ମିଛର ଶିକାର ହୁଅ ନାହିଁ ସେ ବିରୋଧୀଙ୍କୁ ଚେତାବନୀ ଦେଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।