ଭୁବନେଶ୍ୱର,୫/୨(ସତ୍ୟପାଠ ବ୍ୟୁରୋ): ଆମ ଆଦମୀ ପାର୍ଟି(ଆପ)ନେତା ସଞ୍ଜୟ ସିଂ ସୋମବାର ଆଜି (ଫେବୃଆରୀ ୫ ) ରାଜ୍ୟସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରିପାରିବେ ନାହିଁ। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ସଞ୍ଜୟ ସିଂଙ୍କୁ ସାଂସଦ ଭାବେ ଶପଥ ଗ୍ରହଣ କରିବାକୁ ଅନୁମତି ଦେଇନାହାଁନ୍ତି। ଅଧ୍ୟକ୍ଷ କହିଛନ୍ତି ଯେ, ଏହି ମାମଲା ବର୍ତ୍ତମାନ ବିଶେଷାଧିକାର କମିଟିରେ ଅଛି।
ସୂଚନାଯୋଗ୍ୟ ଯେ ଆମ ଆଦମୀ ପାର୍ଟି ନେତା ସଞ୍ଜୟ ସିଂଙ୍କୁ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ ଦ୍ୱାରା ଆଂଶିକ ଆଶ୍ୱସ୍ତି ପ୍ରଦାନ କରାଯାଇଥିଲା। ସଞ୍ଜୟ ସିଂଙ୍କୁ ଜେଲରୁ ବାହାରକୁ ଆସି ରାଜ୍ୟସଭାରେ ଶପଥ ଗ୍ରହଣ କରିବାକୁ କୋର୍ଟ ଅନୁମତି ଦେଇଥିଲେ। ତେବେ ସୋମବାର ଶପଥ ଗ୍ରହଣ ପୂର୍ବରୁ ମଧ୍ୟ ରାଜ୍ୟସଭା ଅଧ୍ୟକ୍ଷ ସଞ୍ଜୟ ସିଂଙ୍କୁ ଏମପି ଭାବରେ ଶପଥ ନେବାକୁ ଅନୁମତି ଦେବାକୁ ମନା କରି ଦେଇଛନ୍ତି।





