ହୁସିଆର କାର୍ତ୍ତିକ ! ମହଙ୍ଗା ପଡ଼ିପାରେ ଅତିଉତ୍ସାହ

5-ଟି ସଚିବଙ୍କୁ ମହଙ୍ଗା ପଡ଼ିପାରେ ଅତିଉତ୍ସାହ ।  ‘ମୋ ସରକାର’ ନାଁରେ ମନଇଛା କାର୍ଯ୍ୟାନୁଷ୍ଠାନକୁ ବିରୋଧ । ବିନା ଯାଞ୍ଚ କିମ୍ବା ବିନା ତଦନ୍ତରେ ମନଇଛା କାର୍ଯ୍ୟାନୁଷ୍ଠାନକୁ ଓଡ଼ିଶା ମେଡିକାଲ ଆସୋସିଏସନ (ଓମ୍‌ସା)ର ସମାଲୋଚନା । କାର୍ଯ୍ୟରେ ଅବହେଳା ଅଭିଯୋଗରେ ସୁନ୍ଦରଗଡ଼ର ଭାରପ୍ରାପ୍ତ ସିଡିଏମ୍‌ଓ ପଙ୍କଜ ପଟେଲଙ୍କୁ ନିଲମ୍ବନ କରାଯିବା ଗ୍ରହଣୀୟ ନୁହେଁ । ଘଟଣାର ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା କରାଯାଇନି । ଏକପାଖିଆ ଭାବେ ନିଷ୍ପତ୍ତି ନିଆଯାଇଥିବା (ଓମ୍‌ସା) ପକ୍ଷରୁ କୁହାଯାଇଛି । (ଓମ୍‌ସା)ର ବିରୋଧ ପରେ 5-ଟି ସଚିବଙ୍କ ତତ୍‌କାଳ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ।

ସୁନ୍ଦରଗଡ଼ର ଭାରପ୍ରାପ୍ତ ସିଡିଏମ୍‌ଓଙ୍କୁ ନିଲମ୍ବନ ବେଳେ 5-ଟି ସଚିବ ଆଇନକୁ ଅନୁକରଣ କରିଛନ୍ତି କି ?

ତତ୍‌କାଳ କାର୍ଯ୍ୟାନୁଷ୍ଠାନ ନାଁରେ ଆଇନକୁ ଭୁଲିଯାଇଛନ୍ତି କି କାର୍ତ୍ତିକ ?

ଗଣମାଧ୍ୟମର ସିରୋନାମା ପାଲଟିବାକୁ କାର୍ତ୍ତିକ ଏଭଳି କରୁନାହାଁନ୍ତି ତ ?

କାର୍ତ୍ତିକଙ୍କ ଅତ୍ୟଧିକ ଉତ୍ସାହ ଆଇନର ଉଲ୍ଲଘଂନ କରୁନାହିଁ ତ ?

କାର୍ତ୍ତିକଙ୍କ ଅତି ଉତ୍ସାହ ସରକାରଙ୍କ ପାଇଁ ବୁମେରାଙ୍ଗ ହୋଇପାରେ କି ?

ଅନ୍ୟପଟେ କାର୍ତ୍ତିକଙ୍କ ଏଭଳି ନିଷ୍ପତ୍ତିକୁ ମଧ୍ୟ ବିରୋଧ କରିଛି ବିଜେପି । ନିଜେ ବାହା ବାହା ନେଇ ଗଣମାଧ୍ୟମରେ ହିରୋ ହେବାକୁ 5-ଟି ସଚିବ ଚେଷ୍ଟା କରୁଥିବା ବିଜେପି କହିଛି । ପଙ୍କଜ ପଟେଲ ବିଜେପି ବିଧାୟିକା କୁସୁମ ଟେଟେଙ୍କ ସମ୍ପର୍କୀୟ ହୋଇଥିବାରୁ ତାଙ୍କ ବିରୋଧରେ ଜାଣିଶୁଣି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଦଳ ଅଭିଯୋଗ କରିଛି । ଏନେଇ ବିଜେପି ପକ୍ଷରୁ ୬ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ କରାଯାଇଛି । ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ବିଜେପି କର୍ମୀମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିବା ସହ ପିକେଟିଂ କରି ଦୋକାନ ବଜାର ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ବନ୍ଦ ରଖିଥିଲେ । ଗତକାଲି ମଧ୍ୟ ବିଜେପି କର୍ମୀମାନେ ମୁଖ୍ୟମନ୍ତ୍ରୀ, ସ୍ଵାସ୍ଥ୍ୟମନ୍ତ୍ରୀ ଓ 5-ଟି ସଚିବଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଗତକାଲିର ଘଟଣା ପରେ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଯଦି ବିନା ଯାଞ୍ଚରେ ଏହିଭଳି କାର୍ଯ୍ୟାନୁଷ୍ଠାନ ହେବ ତେବେ ଡାକ୍ତରଖାନା ହେଉ କି ପୋଲିସ ଷ୍ଟେସନ ସରକାରୀ ଅଧିକାରୀମାନେ କାମ କିଭଳି କରିବେ ବୋଲି ପ୍ରଶ୍ନ ଉଠୁଛି । ଅନ୍ୟପଟେ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତାଙ୍କ କହିବା କଥା ସୁନ୍ଦରଗଡ଼ ଡାକ୍ତରଖାନାରେ ରୋଗୀଙ୍କୁ ଦୁଇ ଓଳି ଖାଇବାକୁ ମିଳୁନଥିବା ଏବଂ ଠିକ୍‌ଭାବେ ସ୍ବାସ୍ଥ୍ୟସେବା ମିଳୁନଥିବା ରୋଗୀ ଅଭିଯୋଗ କରିଥିଲେ । ରୋଗୀଙ୍କ ଅଭିଯୋଗର ଡାକ୍ତର ଉତ୍ତର ଦେଇପାରିନଥିବାରୁ ସୁନ୍ଦରଗଡ଼ ଭାରପ୍ରାପ୍ତ ସିଡିଏମଓଙ୍କୁ ନିଲମ୍ବନ କରାଯାଇଛି ଏବଂ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣଙ୍କୁ କାରଣ ଦର୍ଶାଓ ନୋଟିସ ଜାରି କରାଯାଇଛି ।

Related Posts