ନୂଆଦିଲ୍ଲୀ: ଏଣିକି ଆଦାନୀ ଗ୍ରୁପ ସମ୍ପର୍କରେ ଖବର ପ୍ରକାଶ କରିପାରିବେ ସାମ୍ବାଦିକ। ଏନେଇ ଆଜି ଗୁରୁବାର ସେପ୍ଟେମ୍ବର ୧୮ ତାରିଖରେ ଦିଲ୍ଲୀର ରୋହିଣୀ କୋର୍ଟ ଦାୟର ହୋଇଥିବା ଏକ ମାମଲାର ଶୁଣାଣୀ କରି ସୂଚନା ପ୍ରଦାନ କରିଛନ୍ତି। ଲାଇଭ ଲ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ ତଳ କୋର୍ଟ ଚଳିତ ମାସ ୬ ତାରିଖରେ ଆଦାନୀ ଗ୍ରୁପ ସମ୍ପର୍କରେ ‘ମାନହାନୀଜନକ’ ଖବର ପ୍ରକାଶ ଉପରେ ଏକପାଖିଆ ରହିତାଦେଶ ଜାରି କରିଥିଲେ। ଯାହା ବିରୋଧରେ ସାମ୍ବାଦିକ ଦିଲ୍ଲୀ ରୋହିଣୀ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ସାମ୍ବାଦିକ।
ସାମ୍ବାଦିକ ରବି ନାୟର, ଅବିର ଦାସଗୁପ୍ତା, ଆୟୁଷକାନ୍ତ ଦାସ ଓ ଆୟୁଷ ଜୋଶୀ ଏନେଇ ଦିଲ୍ଲୀ ରୋହିଣୀ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହି ସାମ୍ବାଦିକଙ୍କ ଦ୍ୱାରା ଅପିଲ ହୋଇଥିବା ମାମଲାରୁ ଶୁଣାଣୀ କରି ଦିଲ୍ଲୀ କୋର୍ଟ ତଳ କୋର୍ଟଙ୍କ ନିଷ୍ପତ୍ତି ଉପରେ ଖାରଜ କରିବା ସହିତ ଶୁଣାଣୀ କରି ରାୟ ସଂରକ୍ଷିତ ରଖିଛନ୍ତି।
ଶୁଣାଣୀ ସମୟରେ ବିଚାରପତି କହିଥିଲେ ଯେ, ବିଚାରପତି କହିଥିଲେ ଯେ ଏହି ଖବର ଗୁଡ଼ିକ ଦୀର୍ଘ ସମୟ ଧରି ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ଥିଲା। ତଳ କୋର୍ଟ ସାମ୍ବାଦିକମାନଙ୍କ ଲେଖାଗୁଡ଼ିକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେବା ପୂର୍ବରୁ ସେମାନଙ୍କ ଯୁକ୍ତିକୁ ସଠିକ ଢଙ୍ଗରେ ଶୁଣିବା ଉଚିତ ରହିଥିଲା ବୋଲି ମାନ୍ୟବର ବିଚାରପତି କହିଥିଲେ।
ବିଚାରପତି କହିଛନ୍ତି ଯଦିଓ ବିଚାର ସମୟରେ ବହୁ ସମୟ ଧରି ପ୍ରକାଶିତ ଲେଖା ଏବଂ ପୋଷ୍ଟ ଉପରେ ପ୍ରଶ୍ନ ଉଠାଇଥିଲେ, ତଥାପି କୋର୍ଟ ଆପତ୍ତିଜନକ ନିର୍ଦ୍ଦେଶ ଦେବା ପୂର୍ବରୁ ଅଭିଯୋଗକାରୀଙ୍କୁ ଶୁଣାଣୀ ପାଇଁ ସୁଯୋଗ ଦେବା ଉଚିତ ମନେ କରିନଥିଲେ। ମୋ ମତରେ, ସିଭିଲ୍ ଜଜ୍ ନିର୍ଦ୍ଦେଶ ଦେବା ପୂର୍ବରୁ ଏହି ସୁଯୋଗ ପ୍ରଦାନ କରିବା ଉଚିତ ଥିଲା ବୋଲି ବିଚାରପତି କହିଥିଲେ।
ଏହି ଶୁଣାଣୀ ପୂର୍ବରୁ ସାମ୍ବାଦିକ ପରଞ୍ଜୟ ଗୁହା ଠାକୁରତାଙ୍କ ଦ୍ୱାରା ଦାୟର ହୋଇଥିବା ଏକ ମାମଲାରୁ ଶୁଣାଣୀ କରି ରାୟ ସଂରକ୍ଷିତ ରଖିଥିଲେ। ଶ୍ରୀ ଗୁହା ଅଦାନୀ ବିପକ୍ଷରେ ମାନହାନୀକାରକ ଖବର ପ୍ରକାଶନ ଉପରେ ରୋକକୁ ବିରୋଧ କରି ଏକ ମାମଲା ରୁଜୁ କରିଥିଲେ।
ବାର ଆଣ୍ଡ ବେଞ୍ଚର ରିପୋର୍ଟ ଅନୁସାରେ ରୋହିଣୀ କୋର୍ଟର ଜିଲ୍ଲା ନ୍ୟାୟଧିଶ ସୁନୀଲ ଚୌଧୂରୀ ଉଭୟ ପକ୍ଷଙ୍କୁ ବିସ୍ତୃତ ଭାବେ ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ। ଗୋଟିଏ ଦିନ ପୂର୍ବରୁ ଏହି ମାମଲାର ତୁରନ୍ତ ମାମଲାର ଶୁଣାଣି କରିବାକୁ ମନା କରିଦେଇଥିଲେ। ରୋହିଣୀ କୋର୍ଟର ଜିଲ୍ଲା ବିଚାରପତି ରାକେଶ କୁମାର ସିଂହଙ୍କ ବୟାନ ଅନୁସାରେ ଦ ହିନ୍ଦୁ କହିଥିଲା କି “ଯଦି ଆପଣଙ୍କ ମହକିଲ ଦୁଇ ଦିନ ପାଇଁ ପ୍ରକାଶନ କରନ୍ତି ନାହିଁ ତେବେ କଣ ହେବ? ଏହା କ’ଣ ଜୀବନ ଏବଂ ମରଣର ପ୍ରସଙ୍ଗ କି ବୋଲି ପ୍ରଶ୍ନ କରିଥିଲେ।
ଏଠାରେ କହି ରଖୁ କି କେନ୍ଦ୍ରୀୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୧୬ ସେପ୍ଟେମ୍ବରରେ କିଛି ୟୁଟ୍ୟୁବର ଓ ଗଣମାଧ୍ୟମ ସଂସ୍ଥାକୁ ନୋଟିସ ଜାରି କରି ଅଦାନୀ ସମ୍ପର୍କିତ ଖବରକୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲା। ଚଳିତ ମାସ ୬ ତାରିଖରେ ଉତ୍ତର ପଶ୍ଚିମ ଦିଲ୍ଲୀ ଜିଲ୍ଲା ନ୍ୟାୟାଳୟରେ ଅଦାନୀ ଏଣ୍ଟରପ୍ରାଇଜେସ ଦ୍ୱାରା ରୁଜୁ ହୋଇଥିବା ମାନହାନୀ ମାମଲାକୁ ଆଧାର କରି ଏହି ନୋଟିସ ଜାରି କରାଯାଇଥିବା ନେଇ ସୂଚନା ରହିଛି।
