ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବେଦାନ୍ତ ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ। ୧୦ ମୃତ, ୩୦ ଆହତ। ଏହି ଦୁର୍ଘଟଣାରେ ୧୦ ଜଣ ଶ୍ରମିକ ପ୍ରାଣ ହରାଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପ୍ରାଥମିକ ରିପୋର୍ଟରେ ଏହାକୁ ବଏଲର ବିସ୍ଫୋରଣ କୁହାଯାଉଥିବା ବେଳେ ବୈଷୟିକ ଅନୁସନ୍ଧାନରୁ ଗରମ ପାଣି ବହନ କରୁଥିବା ଏକ ହାଇ-ପ୍ରେସର୍ ପାଇପ୍ଲାଇନ୍ ହଠାତ ଫାଟିଯିବା ଫଳରେ ଉକ୍ତ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଏହି କାରଣରୁ ନିକଟରେ କାମ କରୁଥିବା ଶ୍ରମିକମାନେ ଭୟାନକ ସ୍ଥିତିର ସମ୍ମୁଖୀନ ହୋଇଥିଲା।
