ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ନେତା ପବନ ଖେଡାଙ୍କୁ ବଡ଼ ଝଟକା । ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କଲେ ଗୌହାଟୀ ହାଇକୋର୍ଟ । ତେବେ କଂଗ୍ରେସର ଗଣମାଧ୍ୟମ ଓ ପ୍ରଚାର ବିଭାଗ ଅଧ୍ୟକ୍ଷ ପବନ ଖେଡାଙ୍କ ଆଗୁଆ ଜାମିନ ଆବେଦନକୁ ଅଦାଲତ ଖାରଜ କରିଦେଇଥିବାରୁ ତାଙ୍କ ଗିରଫଦାରୀ ସମ୍ଭାବନା ଏବେ ଯଥେଷ୍ଟ ବୃଦ୍ଧି ପାଇଛି। ସେପଟେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ପାଖରେ ୟୁଏଇ, ଇଜିପ୍ଟ ଓ ଆଣ୍ଟିଗୁଆ-ବାର୍ବୁଡାର ଏକାଧିକ ପାସପୋର୍ଟ ରହିବା ସହ ବିଦେଶରେ ଅଘୋଷିତ ସମ୍ପତ୍ତି ଓ ସେଲ କମ୍ପାନିରେ ପୁଞ୍ଜିନିବେଶ ଥିବା ନେଇ ଖେଡା ଆଣିଥିବା ଅଭିଯୋଗକୁ କେନ୍ଦ୍ର କରି ଏହି ସମ୍ପୂର୍ଣ୍ଣ ଆଇନଗତ ବିବାଦ ଆରମ୍ଭ ହୋଇଥିଲା। ଏହି ଘଟଣାରେ ରିଙ୍କି ଭୂୟାଁ ଗୌହାଟୀ କ୍ରାଇମବ୍ରାଞ୍ଚ ପୋଲିସ ଷ୍ଟେସନରେ ଜାଲିଆତି, ମାନହାନି ଓ ଇଲେକ୍ଟ୍ରୋନିକ୍ ରେକର୍ଡରେ ହେରଫେର ଭଳି ଗମ୍ଭୀର ଦଫାରେ ଅପରାଧିକ ମାମଲା ରୁଜୁ କରିବା ପରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ତ୍ଵରାନ୍ଵିତ କରିଥିଲା।
