ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବ୍ୟାନ୍ ହେଲା କକରୋଚ ଜନତା ପାର୍ଟିର ଏକ୍ସ ଆକାଉଣ୍ଟ । ହେଲେ ଇନଷ୍ଟାଗ୍ରାମ ଆକାଉଣ୍ଟ ଏବେବି ଆକ୍ଟିଭ ରହିଛି। ଏହା ପୂର୍ବରୁ କକରୋଚ ଜନତା ପାର୍ଟିର ପେଜ ଗୁରୁବାର ଫଲୋଅର୍ସ ତୁଳନାରେ ବିଜେପିକୁ ବି ପଛରେ ପକାଇଦେଇଇଲା। ଇନଷ୍ଟାଗ୍ରାମରେ ପାର୍ଟି ପେଜର ୧ କୋଟିରୁ ଅଧିକ ଫଲୋଅର୍ସ ଅଛନ୍ତି। ସେହିଭଳି ବିଜେପି ୮୭ ଲକ୍ଷ ଫଲୋଅର୍ସ ଅଛନ୍ତି। ସେପଟେ ଏକ୍ସ ଆକାଉଣ୍ଟ ବନ୍ଦ ହେବାକୁ ନେଇ ଏହାର ଫାଉଣ୍ଡର ଅଭିଜିତ ଦିପକେ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯାହାର ଡର ଥିଲା ସେୟା ହିଁ ହେଲା। ପ୍ରଥମେ ସେମାନେ ଆମ ଆକାଉଣ୍ଟ ହ୍ୟାକ କରିବାକୁ ଚେଷ୍ଟା କରିଥିଲେ ହେଲେ ଏଭଳି ନହେବାରୁ, ସେମାନେ ଏହାକୁ ବ୍ୟାନ କରିଦେଲେ।
ସେ ଆହୁରି କହିଛନ୍ତି ‘‘ଏଥିରେ ଏଭଳି କ’ଣ ଲେଖାଯାଇଥିଲା ଯେ, ଏହାକୁ ବ୍ୟାନ କରାଗଲା। ଆମେ କେବଳ ସରକାରଙ୍କୁ ଉତ୍ତରଦାୟିତ୍ବ ମାଗୁଥିଲୁ। ଆମେ କିଛି ଭୁଲ ଲେଖିନଥିଲୁ। ଆଉ ଏହା ପ୍ରତିବଦଳରେ ଆମର ଆକାଉଣ୍ଟ ଡିଆକ୍ଟିଭେଟ କରିଦିଆଗଲା। ଏହା କେମିତିକା ଗଣତନ୍ତ୍ର ? ଆକାଉଣ୍ଟ ବ୍ୟାନ କରାଯିବାର ବିରୋଧରେ ସ୍ବର ଉଠାଇବାକୁ ଅଭିଜିତ ଅପିଲ କରିଛନ୍ତି।
ଅନ୍ୟପଟେ ଏକ ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଥିଲେ, ‘କିଛି ବେକାର ଯୁବକଙ୍କ ଅସରପା ପରି ଅଟନ୍ତି, ଯେଉଁମାନେ ମିଡିଆ, ସୋସିଆଲ୍ ମିଡିଆ ଓ ଆରଟିଆଇ କର୍ମୀ ପାଲଟି ଯାଆନ୍ତି । ଏହାପରେ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବାକୁ ଲାଗନ୍ତି । ଏହି ବୟାନ ସଙ୍ଗେ ସଙ୍ଗେ ଚର୍ଚ୍ଚାକୁ ଆସିଥିଲା। ଆଉ ଲୋକେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଅବଶ୍ୟ ପ୍ରଧାନ ବିଚାରପତି ପରଦିନ ଏହା ଉପରେ ସଫେଇ ରଖିଥିଲେ। ସେ କହିଥିଲେ ଏଭଳି ସେ ମିଥ୍ୟା ଡିଗ୍ରିଧାରୀଙ୍କ ପାଇଁ କହୁଥିଲେ, ତାଙ୍କ ଉଦ୍ଦେଶ୍ୟ ଦେଶର ଯୁବକଙ୍କୁ କଷ୍ଟ ଦେବାର ନଥିଲା ବୋଲି କହିଥିଲେ ।
