ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଗାମୀ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଘର ଛାଡି ଆଶ୍ରମରେ ରହିବେ ଜନ ସୂରଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର । ସେ ସେଠାରୁ ତାଙ୍କର ରାଜନୈତିକ କାର୍ଯ୍ୟକଳାପ ଜାରି ରଖିବେ। ଦରଭଙ୍ଗାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ, ୪୮ ବର୍ଷୀୟ ରାଜନୈତିକ ରଣନୀତିଜ୍ଞରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋର କହିଛନ୍ତି, ସେ ପାଟନାରେ ଥିବା ତାଙ୍କର ପୂର୍ବ ବାସସ୍ଥାନ ଛାଡିଛନ୍ତି। ତେବେ ଆଇଆଇଟି ପାଟନା ନିକଟରେ ଥିବା ‘ବିହାର ନବନିର୍ମାଣ ଆଶ୍ରମ’ରେ ଏଣିକି ସେ ବାସ କରିବେ।
ବିହାରରେ ଆଗାମୀ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ସେଠାରେ ରହିବେ। ଆଇ-ପ୍ୟାକ୍ର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର (ପିକେ) ଦୁଇ ବର୍ଷ ପୂର୍ବେ ତାଙ୍କର ରାଜନୈତିକ ପରାମର୍ଶଦାତା ଚାକିରି ଛାଡି ୨୦୨୪ ମସିହାରେ ଜନ ସୂରଜ ପାର୍ଟି ଗଠନ କରିଥିଲେ। ଏପର୍ଯ୍ୟନ୍ତ ସେ ପାଟନା ବିମାନବନ୍ଦର ନିକଟରେ ଥିବା ଏକ ବଡ଼ ବଙ୍ଗଳା ଶେଖପୁରା ହାଉସରୁ ଦଳକୁ ପରିଚାଳନା କରୁଥିଲେ। ଏହା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ପୂର୍ବତନ ବିଜେପି ସାଂସଦ ଉଦୟ ସିଂହଙ୍କ ପରିବାରର ସମ୍ପତ୍ତି।
