ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜ୍ୟସଭା ଏମ୍ପି ଦେବାଶିଷ ସାମନ୍ତରାୟ ବିଜେଡିରୁ ଇସ୍ତଫା ଦେବା ପରେ ସାରା ରାଜ୍ୟର ରାଜନୀତି ବେଶ୍ ସରଗରମ । ଏନେଇ ବିଭିନ୍ନ ଲୋକଙ୍କ ବିଭିନ୍ନ ମତ ସାମ୍ନାକୁ ଆସୁଛି । ଏହା ମଧ୍ୟରେ ଦେବାଶିଷ ସାମନ୍ତରାୟଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ସେ କହିଛନ୍ତି, ନବୀନ ବାବୁ ବିଜେପି ହାତ ଧରି କ୍ୟାରିୟର ଆରମ୍ଭ କରିଥିଲେ। ବାଜପେୟୀ, ଆଡ଼ଭାନୀଙ୍କ ଯୋଗୁ ନବୀନ ସାଂସଦ ଓ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମୁଁ ବିଜେପିକୁ ଗଲେ ଅସୁବିଧା କ’ଣ ? ପାଣ୍ଡିଆନ ମୋତେ ନବୀନ ବାବୁଙ୍କ ସହ ଦେଖା କରାଇ ଦେଲେନି।
ନବୀନ ବାବୁଙ୍କ ଲୋକପ୍ରିୟତାକୁ ଜଳାଞ୍ଜଳି ଦେଇଦେଲେ ଭିକେ ପାଣ୍ଡିଆନ। ନବୀନ ବାବୁଙ୍କୁ ହରେଇବା ଲୋକ ସିଏ, ତଥାପି ସେ ବୁଝି ପାରୁନାହାଁନ୍ତି। ନବୀନଙ୍କ ସହ ଭଲ ସମ୍ପର୍କ ଥିଲା, ପାଣ୍ଡିଆନଙ୍କ କଥାରେ ମୋତେ ଦୂରେଇଦେଲେ। ନବୀନ ବାବୁ ସମ୍ପୂର୍ଣ୍ଣ ଭାବେ ପାଣ୍ଡିଆନଙ୍କ କଥାରେ ପରିଚାଳିତ। ବିଜେପି ରାଷ୍ଟ୍ରୀୟ ସଭାପତି ଯେବେ ନିଷ୍ପତ୍ତି ନେବେ ସେବେ ବିଜେପିରେ ମିଶିବି ବୋଲି ଦେବାଶିଷ କହିଛନ୍ତି।
