ଭୁବନେଶ୍ୱର:ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, ପୁଡୁଚେରି ଓ କେରଳରେ ଆସନ୍ତା ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏହି ଘୋଷଣା କରିଛନ୍ତି।ଆସାମ, କେରଳ ଏବଂ ପୁଡୁଚେରିରେ ଏକ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୯ ତାରିଖରେ ହେବ। ପଶ୍ଚିମବଙ୍ଗରେ ଭୋଟ ଗ୍ରହଣ ହେବ ଏପ୍ରିଲ ୨୩ ଏବଂ ୨୯ ତାରିଖରେ। ତାମିଲନାଡୁରେ ମଧ୍ୟ ଏକ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ଏପ୍ରିଲ ୨୩ରେ।ଉପରୋକ୍ତ ୫ ରାଜ୍ୟରେ ନିର୍ବାଚନ ପରିଣାମ ୪ ମେ ତାରିଖରେ ଘୋଷଣା କରାଯିବ। ଏହି ନିର୍ବାଚନରେ ରାଜନୈତିକ ପରିସ୍ଥିତି, ପାର୍ଟି ପାୱାର୍ ବ୍ୟାଲାନ୍ସ ଏବଂ ସ୍ଥାନୀୟ ନୀତି ଉପରେ ଗଭୀର ପ୍ରଭାବ ପଡ଼ିବ ବୋଲି ଅନୁମାନ କରାଯାଉଛି।ଏହି ନିର୍ବାଚନରେ ରାଜ୍ୟ ପ୍ରଶାସନ ଏବଂ ନିର୍ବାଚନ କମିଶନ ସଂପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିଛି, ଯାହା ଭୋଟରମାନେ ନିରାପଦ ଭାବେ ଭୋଟ





