ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ଦେବାଶିଷ ସାମନ୍ତରାୟ ବିଜେପିରେ ମିଶିବା ପରେ ସାରା ରାଜ୍ୟର ରାଜନୀତି ବେଶ୍ ସରଗରମ ହୋଇ ଉଠିଛି । ଏହା ମଧ୍ୟରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ବିଜେଡିର ଗୋଟିଏ ପରେ ଗୋଟିଏ ଓ୍ୱିକେଟ୍ ପଡିଚାଲିଛି । ବର୍ଷ ଶେଷ ସୁଦ୍ଧା ବିଜେଡି ଅଲ୍ଆଉଟ୍ ହୋଇଯିବ ବୋଲି ସୁରେଶ ପୂଜାରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡିର ଏବେ ଭସ୍ମାସୁର ସ୍ଥିତିରେ ରହିଛି ।
ବିଜେଡି ଗଠନ କରିବାରେ ବିଜେପିର ବଡ଼ ଭୂମିକା ରହିଥିଲା । ବିଜେଡି ଦଳ ବଡ଼ ହେବା ପରେ ପ୍ରଥମେ ଆମକୁ ମାରିବାକୁ ଗୋଡେଇଲା । ବିଜେଡିରେ କ୍ଷମତା ଭଳି କାମ କରୁଥିଲେ । କ୍ଷମତା ଗଲା ଫେବିକଲ୍ ଅଠା ଛାଡ଼ିଲା । ଏବେ ଗୋଟେ ପରେ ଗୋଟେ ଓ୍ୱିକେଟ୍ ପଡୁଛି, ଲାଗୁଛି ବର୍ଷ ଶେଷ ସୁଦ୍ଧା ବିଜେଡି ଅଲଆଉଟ୍ ହୋଇଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।
