ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରେକର୍ଡ଼ କଲେ ପ୍ରଜ୍ଞାନନ୍ଦ । ନରୱେ ଚେସ୍ ଜିତିବାରେ ପ୍ରଥମ ଭାରତୀୟ । ଏହି ପ୍ରତିଯୋଗିତାର ଦଶମ ତଥା ଶେଷ ରାଉଣ୍ଡରେ ପ୍ରଜ୍ଞାନନ୍ଦ ଜର୍ମାନୀର ଭିନସେଣ୍ଟ୍ କିମର୍ଙ୍କୁ ପରାସ୍ତ କରି ଦେଇଥିଲେ। ଏହି ବିଜୟ ସହ ୨୦ ବର୍ଷୀୟ ପ୍ରଜ୍ଞାନନ୍ଦ ମୋଟ ୧୮ ପଏଣ୍ଟ୍ ପାଇ ଟେବୁଲର ଶୀର୍ଷରେ ରଥିଲେ। ଏଥିସହ ସେ ଆମେରିକାର ୱେସ୍ଲେ ସୋ’ଙ୍କୁ ପଛରେ ପକାଇ ଟ୍ରଫି ଜିତିବାର ସଫଳ ହୋଇଥିଲ। ୯ ରାଉଣ୍ଡ ପର୍ଯ୍ୟନ୍ତ ପଏଣ୍ଟ୍ ଟେବୁଲର ଶୀର୍ଷ ସ୍ଥାନରେ ରହିଆସୁଥିବା ୱେସ୍ଲେ କିନ୍ତୁ ଶେଷ ରାଉଣ୍ଡରେ ଫ୍ରାନ୍ସର ଅଲୀରେଜା ଫିରୌଜାଙ୍କ ସହ ଡ୍ର’ ରଖିବା ମହଙ୍ଗା ପଡ଼ିଥିଲା।
ସେ ୧୭ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ଅଭିଯାନ ଶେଷ କରିଥିଲେ। ଫିରୌଜା (୧୫.୫) ତୃତୀୟ ସ୍ଥାନରେ ରହିଥିଲେ। ବିଶ୍ବ ବିଜେତା ତଥା ଭାରତୀୟ ତାରକା ଡି ଗୁକେଶ ନିଜର ଶେଷ ରାଉଣ୍ଡରେ ମାଗ୍ନସ୍ କାର୍ଲସେନ୍ଙ୍କଠୁ ହାରି ୮ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଥିଲେ। ସୂଚନାଯୋଗ୍ୟ ଯେ ପ୍ରଜ୍ଞାନନ୍ଦ ଏହି କ୍ଲାସିକାଲ୍ ପ୍ରତିଯୋଗିତାରେ ବିଶ୍ବର ଏକ ନମ୍ବର ଖେଳାଳି କାର୍ଲେସନ୍ଙ୍କୁ ଦୁଇଥର ହରାଇଥିଲେ। କୌଣସି ଏକ ପ୍ରତିଯୋଗିତାରେ କାର୍ଲସେନ୍ଙ୍କୁ ଦୁଇଥର ହରାଇବାରେ ସେ ବିଶ୍ବର ତୃତୀୟ ଖେଳାଳି ହୋଇଥିଲେ।
ତାଙ୍କ ପୂର୍ବରୁ ଭାରତୀୟ ଚେସ୍ କିଂବଦନ୍ତି ବିଶ୍ବନାଥ ଆନନ୍ଦ (ଲିନାରେସ୍-ମୋରେଲିଆ ୨୦୦୭) ଏବଂ ଭେସେଲିନ ଟୋପଲଭ (ବିଲବାଓ ମାଷ୍ଟର୍ସ ଗ୍ଲାଣ୍ଡ ସ୍ଲାମ୍ ଫାଇନାଲ୍ ୨୦୦୮) କାର୍ଲସେନ୍ଙ୍କୁ ଦୁଇଥର ହରାଇବାର ସଫଳ ହୋଇଥିଲେ।ମହିଳା ବର୍ଗରେ କାଜାଖସ୍ତାନର ବିବିସାରା ଆସୁବାୟେଭା (୧୬.୫ ପଏଣ୍ଟ) ବିଜେତାହୋଇଥିଲା ବେଳେ ଚୀନ୍ର ଝୁ ଜିନର (୧୬ ପଏଣ୍ଟ୍) ଉପବିଜେତା ହୋଇଥିଲେ। ଭାରତର ଦିବ୍ୟା ଦେଶମୁଖ (୧୦ ପଏଣ୍ଟ) ଓ କୋନେରୁ ହମ୍ପି (୯ ପଏଣ୍ଟ) ଯଥାକ୍ରମେ ଶେଷ ଦୁଇ ସ୍ଥାନ ପଞ୍ଚମ ଓ ଷଷ୍ଠ ସ୍ଥାନରେ ଅଭିଯାନ ଶେଷ କରିଥିଲେ।
