ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ଡିଜେଲ ବିକ୍ରି ଉପରେ ସରକାରଙ୍କ କଟକଣା । ଦୈନିକ ୨୦୦ ଲିଟରରୁ ଅଧିକ ହାଇ ସ୍ପିଡ ଡିଜେଲ ମିଳିବ ନାହିଁ। ତେବେ ହର୍ମୁଜରେ କଟକଣା ପାଇଁ ଇନ୍ଧନ ଓ ତୈଳ ପରିବହନରେ ବାଧା ଉପୁଜିଛି । ଦେଶରେ ଡିଜେଲର କୌଣସି ଅଭାବ ନାହିଁ। ହେଲେ କିଛି ଅସାଧୁ ବ୍ୟବସାୟୀ ଏଭଳି ପରିସ୍ଥିତିର ଫାଇଦା ଉଠାଉଛନ୍ତି । ଯାହାକୁ ପ୍ରତିହତ କରିବାକୁ ବଡ ନିଷ୍ପତ୍ତି ନେଇଛନ୍ତି ମୋଦୀ ସରକାର । ଡିଜେଲ କିଣିବା ଉପରେ କଟକଣା ଲଗାଇ କଳାବଜାରୀ ରୋକିବାକୁ ସରକାର ଅଣ୍ଟା ଭିଡିଛନ୍ତି ।ଡିଜେଲ ବିକ୍ରି ଉପରେ ସରକାର କଟକଣା ଜାରି କରିଛନ୍ତି । ଦୈନିକ ୨୦୦ ଲିଟରରୁ ଅଧିକ ହାଇ ସ୍ପିଡ ଡିଜେଲ ମିଳିବ ନାହିଁ।

ଅତ୍ୟଧିକ ଇନ୍ଧନ ଓ ଡିଜେଲ କିଣି ଗଚ୍ଛିତ ରଖୁଥିବାରୁ ଏଭଳି ନିଷ୍ପତ୍ତି ନିଆ ଯାଇଥିବାର ସୂଚନା ମିଳିଛି । ବଜାରରେ କୃତ୍ରିମ ଅଭାବ ଯେପରି ସୃଷ୍ଟି ନହେବ ସେନେଇ ଆଗୁଆ ପଦକ୍ଷେପ ନିଆଯାଇଛି । ବ୍ୟବସାୟିକ ଓ ଶିଳ୍ପ ସଂସ୍ଥା ନିଜର ଅଧିକୃତ ଡିପୋ ଓ ପମ୍ପରୁ ଇନ୍ଧନ କିଣିପାରିବେ । ହେଲେ ମନଇଚ୍ଛା ଯେକୌଣସି ପେଟ୍ରୋଲ ପମ୍ପରୁ ଇନ୍ଧନ ଓ ଡିଜେଲ କିଣିପାରିବେ ନାହିଁ । ଅଧିକୃତ ଡିପୋ ଓ ପେଟ୍ରୋଲ ପମ୍ପରେ ଡିଜେଲ ଦର ଅଧିକ ରହୁଛି ।

କମ ଦରରେ ଡିଜେଲ ପାଇବାକୁ ଯେକୌଣସି ପେଟ୍ରୋଲ କିଣୁଛନ୍ତି ବ୍ୟବସାୟିକ ଓ ଶିଳ୍ପ ସଂସ୍ଥାମାନେ । ୯୦ ଦିନ ଧରି ଏହି ନିୟମ ଲାଗୁ ରହିବ, ଆବଶ୍ୟକ ପଡିଲେ ସମୀକ୍ଷା ପରେ ନିୟମରେ ପରିବର୍ତ୍ତନ କରାଯାଇପାରେ । ଉପଭୋକ୍ତା, ପରିବହନ ସେବା, କୃଷିକ୍ଷେତ୍ର ଓ ଜରୁରୀକାଳୀନ ସେବା ଯେପରି ବାଧାପ୍ରାପ୍ତ ନହେବ ସେଥିପ୍ରତି ସରକାରଙ୍କ ଦୃଷ୍ଟି ରହିଥିବାର ସୂଚନା ମିଳିଛି ।