ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ରାଜ୍ୟର ୪ ଲକ୍ଷ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି। ବାକି ଥିବା ହିତାଧିକାରୀମାନଙ୍କୁ ଖୁବ୍ଶୀଘ୍ର ଏହି ଭତ୍ତା ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ଦେଶର ସବୁରାଜ୍ୟରେ ପୋର୍ଟାଲ ସମସ୍ୟା ରହିଛି। ଧୀରେ ଧୀରେ ସ୍ଥିତିେର ସୁଧାର ଆସୁଛି। ଖୁବଶୀଘ୍ର ଭତ୍ତା ସମସ୍ୟାର ସମାଧାନ ହେବ ବୋଲି ସେ କହିଛନ୍ତି। ୩ ମାସ ଧରି ରାଜ୍ୟରେ ଭତ୍ତା ସମସ୍ୟା ଉଗ୍ର ରୂପ ନେଇଛି। ବାରମ୍ବାର ହିତାଧୀକାରୀ ବ୍ୟାଙ୍କ ଦଉଡ଼ି ଦଉଡ଼ି ହତାଶ ହୋଇ ପଡ଼ିଲେଣି। ଏଥି ଯୋଗୁଁ ବହୁ ଦୁର୍ଦ୍ଦଶାରେ କାଳାତିପାତ କରୁଛନ୍ତି ଅନେକ ବୃଦ୍ଧ, ବୃଦ୍ଧା, ଦିବ୍ୟାଙ୍ଗ ହିତାଧିକାରୀ। ଭତ୍ତା ମିଳି ନଥିବା ନେଇ ଅନେକ ସ୍ଥାନରେ ଅଶାନ୍ତ ପରିସ୍ଥିତି ଦେଖାଯାଇଛି।
