ଭୁବନେଶ୍ଵର: ଘୁଞ୍ଚିଲା ଓଟିଇଟି ପରୀକ୍ଷା। ଜୁଲାଇ ୫ ତାରିଖରେ ଓଟିଇଟି ପରୀକ୍ଷା ହେବା ନେଇ ସୂଚନା ମିଳିଛି। ଗୋଟିଏ ଦିନରେ ଆର୍.ଆଇ, ଅମିନ ଓ ଓଟିଇଟି ପରୀକ୍ଷା ହେବାକୁ ଥିବାବେଳେ ଏହାକୁ ଘୁଞ୍ଚାଇ ଦିଆଯାଇଛି। ଜୁନ୍ ୨୮ ପରିବର୍ତ୍ତେ ଓଟିଇଟି ପରୀକ୍ଷା ଜୁଲାଇ ୫ ତାରିଖରେ ଅନୁଷ୍ଠିତ ହେବ । ପୂର୍ବ ଭଳି ଜୁନ୍ ୨୮ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ ଆର୍.ଆଇ ଓ ଅମିନ ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ଆଲୋଚନା ପରେ ଓଟିଇଟି ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଛି । ଓଟିଇଟି ପରୀକ୍ଷା ଜୁନ୍ ୨୮ରେ ହେବାର ଥିଲା । ଏବେ ଏହାକୁ ଜୁଲାଇ ୫ ତାରିଖରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ପୂର୍ବରୁ ଜୁନ୍ ୨୧ରେ ଓଟିଇଟି ହେବାର ଥିଲା ଯାହାକୁ ଜୁନ୍ ୨୮କୁ ଘୁଞ୍ଚାଇ ଦିଆଯାଇଥିଲା । ଏବେ ଆର୍.ଆଇ, ଅମିନ ପରୀକ୍ଷା ସହ ଗୋଟିଏ ଦିନରେ ଓଟିଇଟି ପରୀକ୍ଷା ଥିବାରୁ ଏହାକୁ ଜୁଲାଇ ୫ ତାରିଖକୁ ଘୁଞ୍ଚାଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ଓଟିଇଟି ପରୀକ୍ଷା ପେପର-୧ ସକାଳ ୯ରୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲିବ । ସେହିଭଳି ଦ୍ଵିତୀୟ ପେପର୍ ଦିନ ୨ଟାରୁ ଅପରାହ୍ଣ ସାଢ଼େ ୪ଟା ପର୍ଯ୍ୟନ୍ତ ହେବ । ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଅନୁଷ୍ଠିତ ହେବ ଆର୍.ଆଇ, ଅମିନ ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ୧୬ ହଜାର ପରୀକ୍ଷାର୍ଥୀ ଆର୍.ଆଇ, ଅମିନ ପରୀକ୍ଷା ଦେବେ ।
