ରାଉରକେଲା, (ସତ୍ୟପାଠ ବ୍ୟୁରୋ): ଆଖି ଆଗରେ ହୁତୁହୁତୁ ହୋଇ ଜଳିଗଲା ୧୨ ଚକିଆ ଟ୍ରକ। ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ସୁନାୟନା ମେଟାଲ୍ ପାଖରେ ମୁଖ୍ୟ ରାସ୍ତାରେ ଏକ ମାଲବାହି ୧୨ ଚକିଆ ଟ୍ରକ୍ ନଂ ଜେ ଏଚ଼ ୧୯ଏ ୬୬୭୦ ଛିଡା କରି ଗାଡି ମରାମତି କରୁଥିବା ସମୟରେ ଡିଜେଲ୍ ଟାଙ୍କି ଫାଟି ଯାଇ ନିଆଁ ଲାଗି ଯାଇଥିଲା। ଦେଖୁ ଦେଖୁ ଟ୍ରକଟି ହୁତୁ ହୁତୁ ହୋଇ ଜଳିବାକୁ ଲାଗିଥିଲା। ଚାଳକ ବାଲ୍ଟିରେ ପାଣି ପକାଇ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ, ନିଆଁର ପ୍ରକୋପ ଅଧିକ ଯୋଗୁ ବିଫଳ ହୋଇଥିଲା । ଅଗ୍ନିଶମ ବିଭାଗ ଖବର ପାଇ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ । ସେତେବେଳକୁ ଟ୍ରକଟି ସମ୍ପୃର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି।