ସୁନ୍ଦରଗଡ଼(ସତ୍ୟପାଠ ବ୍ୟୁରୋ): ବାଲିଶଙ୍କରା ତଲସରା ଥାନା ଅନ୍ତର୍ଗତ ବାଲିଶଙ୍କରା କୁଇଲେରମୁଣ୍ଡା ନିକଟରେ ଥିବା ଟେଢା ବିଲ୍ଡିଂ ଇଲେକ୍ଟ୍ରିକ୍‌ ଦୋକାନର ସଟର କାଟି ଲକ୍ଷାଧିକ ଟଙ୍କାର ଇଲେକ୍ଟ୍ରିକ୍ ସାମଗ୍ରୀ ଚୋରି ହୋଇଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଜଗନ୍ନାଥ ଡୁଙ୍ଗେତଙ୍କ ଇଲେକ୍ଟ୍ରିକ୍‌ ଦୋକାନର ସଟର କାଟି ଦୋକାନ ଭିତରକୁ ପ୍ରବେଶ କରିଥିଲେ। ଦୋକାନରୁ ପାଣି ମୋଟର ସହ ଅନ୍ୟାନ୍ୟ ଇଲେକ୍ଟ୍ରିକ୍ ସାମଗ୍ରୀ ଚୋରି କରି ନେଇଯାଇଛନ୍ତି। ଯାହାକି ଲକ୍ଷାଧିକ ଟଙ୍କାର ହେବ ଦୋକାନୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେହିପରି ଗତ ୮ ତାରିଖ ପତେଇମୁଣ୍ଡା ଗ୍ରାମର ଯୁବକ ଲଳିତ ମହାକୁଳ ବାଲିଶଙ୍କରା ସେଣ୍ଟ୍ରାଲ ବ୍ୟାଙ୍କରୁ ୧ ଲକ୍ଷ ଟଙ୍କା ବାହାର କରି ହୋଟେଲ ସମ୍ମୁଖରେ ଛିଡା ହୋଇଥିବାବେଳେ ୨ ଜଣ ମୁଖା ପିନ୍ଧା ଯୁବକ ବାଇକରେ ଆସି ସେହି ଯୁବକଙ୍କ ଟଙ୍କା ଭର୍ତ୍ତି ବ୍ୟାଗକୁ ଝାମ୍ପି ନେଇ ଛତିଶଗଡ଼ ପଟକୁ ଫେରାର ହୋଇଯାଇଥିଲେ। ମାସେ ମଧ୍ୟରେ ତଲସରା ଥାନା ଅଂଚଳରେ ୩ଟି ଲଗାତାର ଚୋରି ହେବା ଘଟଣା ଅଞ୍ଚଳବାସୀଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି।