ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ସିଏମଓରୁ ଫାଇଲ ଗାୟବ ପ୍ରସଙ୍ଗରେ ତନାଘନା ଜାରି ରହିଥିବାବେଳେ ପୁଣି ଜାରି ହେଲା ନୋଟିସ। ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ନାଥ ବେହେରାଙ୍କୁ ନୋଟିସ କରାଯାଇଛି। ଆସନ୍ତା ୨୬ ତାରିଖ ଦିନ ୧୧ଟାରେ ଉପେନ୍ଦ୍ର ବେହେରାଙ୍କୁ ହାଜର ପାଇଁ ନୋଟିସ କରାଯାଇଛି। ସେହିପରି ହାଜର ହୋଇ ନଥିବା ରାଜେଶ ବର୍ମାଙ୍କୁ ପୁଣି ଥରେ ହାଜର ପାଇଁ ନୋଟିସ କରାଯାଇଛି। ଆସନ୍ତା ୩୦ ସୁଦ୍ଧା ହାଜର ପାଇଁ ରାଜେଶ ବର୍ମାଙ୍କୁ ନୋଟିସ ହୋଇଛି। କମିଶନରେଟ ପୋଲିସ ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି। ସୂଚନାଯୋଗ୍ୟ ଯେ, ଏହି ଚର୍ଚ୍ଚିତ ମାମଲାରେ ପୂର୍ବତନ ପ୍ରାଶାସନିକ ଅଧିକାରୀ ତଥା ରାଜନେତା ଭିକେ ପାଣ୍ଡିଆନଙ୍କୁ ଏସିପି ଜୋନ୍-୧ ପକ୍ଷରୁ ସ୍ୱତନ୍ତ୍ର ନୋଟିସ୍ ଜାରି କରାଯାଇଥିଲା। ଆଗାମୀ ଜୁଲାଇ ୨୫ ତାରିଖ ଦିନ ତାଙ୍କୁ ଏସିପି ଅଫିସରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ସୂଚନା ମିଳିଛି। ସରକାରୀ ସ୍ତରରେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର କିମ୍ବା ଫାଇଲ୍ ହେରଫେର ବା ଗାୟବ ହେବା ଘଟଣାକୁ ପ୍ରଶାସନ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛି। ତଦନ୍ତ ପ୍ରକ୍ରିୟାକୁ ବ୍ୟାପକ କରିବା ପାଇଁ ପୋଲିସ ଏବଂ ରାଜ୍ୟ ସରକାର ତନାଘନା ଜାରି ରଖିଛନ୍ତି। ଏହି ମାମଲାରେ ଆଗକୁ ଆହୁରି କିଛି ନୂତନ ଖୁଲାସା ହେବାର ସମ୍ଭାବନା ରହିଥିବାବେଳେ ପ୍ରାଶାସନିକ ମହଲରେ ଏହା ଏକ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ।
