ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ) : ରୁଷ୍ ର ଲଢ଼ୁଆ ବିମାନକୁ ଖସାଇଲା ରୋମାନିଆ। ରୋମାନିଆର ବାୟୁସୀମାରେ ଅନୁପ୍ରବେଶ କରିଥିବା ଏକ ସନ୍ଦିଗ୍ଧ ରୁଷିଆନ୍ ଡ୍ରୋନକୁ ଗୁଳି କରି ଖସାଇ ଦିଆଯାଇଛି। ପୂର୍ବ ୟୁରୋପର ଏହି ଦେଶ ଯିଏ ୟୁରୋପୀୟ ସଂଘ ଏବଂ ନାଟୋ ଉଭୟର ସଦସ୍ୟ । ସିଏ ତିନି ଦିନରେ ତୃତୀୟ ଥର ଅନୁପ୍ରବେଶ କରିଛି । ସାମରିକ ମେଣ୍ଟ କହିଛି ଯେ ନାଟୋ ଅପରେସନାଲ୍ କମାଣ୍ଡ ଅଧୀନରେ ଫେଟେଷ୍ଟି ଏୟାରବେସ୍ ରୁ ପଠାଯାଇଥିବା ଦୁଇଟି ରୋମାନିଆନ୍ ଏଫ-୧୬ ଲଢ଼ୁଆ ବିମାନ ବ୍ଲାକ୍ ସି ଉପରେ ଡ୍ରୋନକୁ ଗୁଳି କରି ଖସାଇ ଦେଇଛି। ସେ ଆହୁରି କହିଛନ୍ତି , ଅଧିକାରୀମାନେ ନିର୍ଣ୍ଣୟ କରିଛନ୍ତି ଯେ ପୂର୍ବରୁ ଅଟକାଯାଇଥିବା ଡ୍ରୋନଗୁଡ଼ିକ ମଧ୍ୟରୁ ଗୋଟିଏ ଶାହେଦ ପ୍ରକାରର ଡ୍ରୋନ। ଯାହାକୁ ରୁଷ୍ ଫେଡେରେସନ ୟୁକ୍ରେନ ବିରୁଦ୍ଧରେ ଆକ୍ରମଣାତ୍ମକ ଯୁଦ୍ଧରେ ବ୍ୟବହାର କରୁଛି । ସେ କହିଛନ୍ତି ଯେ, ଏହି ତିନି ଘଟଣା ପୂର୍ବରୁ,ମେ ମାସରେ ରୋମାନିଆର ଜେଟ୍ ଇଷ୍ଟୋନିଆ ଆକାଶ ଉପରେ ଏକ ଡ୍ରୋନ୍ ମାରି ଖସାଇ ଦେଇଥିଲେ । ଲିଥୁନିଆରେ ରୋମାନିଆର ପାଇଲଟ୍ ଏବଂ ବିମାନ ନିୟୋଜିତ ଅଛନ୍ତି, ଯେଉଁଠାରେ ନାଟୋର ସାମରିକ  ବାହିନୀ ନିୟୋଜାତ ଅଛନ୍ତି । ଏବଂ ସେମାନଙ୍କର ବଡ଼ ଧରଣର ଆକ୍ରମଣ କରିବାର କ୍ଷମତା ଅଛି । ଓ’ଡୋନେଲ୍ କହିଛନ୍ତି “ଆମେ ପ୍ରଦର୍ଶନ ଜାରି ରଖିଥିବାରୁ, ନାଟୋ ସର୍ବଦା ସଜାଗ ରହିଥାଏ ଏବଂ ଯେକୌଣସି ବିପଦ ବିରୁଦ୍ଧରେ ନିଜକୁ ରକ୍ଷା କରିବାକୁ ପ୍ରସ୍ତୁତ ରହିଥାଏ,” । ମେ ମାସରେ, ୟୁକ୍ରେନ ଉପରେ ଆକ୍ରମଣରେ ସାମିଲ ଥିବା ଏକ ରୁଷିଆ ଡ୍ରୋନ୍ ଦିଗ ପରିବର୍ତ୍ତନ କରି ପୂର୍ବ ରୋମାନିଆର ଏକ ଆପାର୍ଟମେଣ୍ଟ କୋଠାରେ ଧକ୍କା ହୋଇଥିଲା, ଯେଉଁଥିରେ ଦୁଇ ଜଣ ଆହତ ହୋଇଥିଲେ ଏବଂ ଆଶଙ୍କା ସୃଷ୍ଟି କରିଥିଲା ଏହି ଯୁଦ୍ଧ ନାଟୋ ଅଞ୍ଚଳରେ ବ୍ୟାପି ଯିବ। ରାଷ୍ଟ୍ରପତି ଡାନ କହିଛନ୍ତି, “ଏହି ଘଟଣା ଗ୍ରହଣୀୟ ନୁହେଁ ଏବଂ ଏହାକୁ ବରଦାସ୍ତ କରାଯିବ ନାହିଁ ।  ରୁଷିଆ ଫେଡେରେସନ ରୋମାନିଆନର ଆକାଶମାର୍ଗ ଉଲ୍ଲଂଘନ କରିଚାଲିଛି, ଯାହା ନାଟୋ ଏବଂ ଇୟୁର ମଧ୍ୟ ଆକାଶମାର୍ଗ । ” ସେ ଆହୁରି କହିଛନ୍ତି, “ଏପରି କାର୍ଯ୍ୟ ଗ୍ରହଣୀୟ ନୁହେଁ, ଏବଂ ଆମେ ଆମର ସହଯୋଗୀମାନଙ୍କ ସହିତ ମିଶି ଏହାକୁ ବହୁତ ଗମ୍ଭୀରତାର ସହ ନେଉଛୁ ।”