ଭୁବନେଶ୍ବର(ସତ୍ୟପାଠବ୍ୟୁରୋ)- ରାଜ୍ୟର ପାଠ୍ୟପୁସ୍ତକରେ ବ୍ୟାପକ ଭାଷା ଓ ତଥ୍ୟଗତ ତ୍ରୁଟି ମାମଲାରେ କ୍ରାଇମବ୍ରାଞ୍ଚର ତଦନ୍ତ ଜାରି ରହିଛି। ମାମଲାରେ ପ୍ରାୟ ୨୪୦ ଜଣଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବାବେଳେ ବୈଷୟିକ ଉପାୟରେ ପର୍ଯ୍ୟାୟକ୍ରମେ ସମସ୍ତ ଦିଗର ଯାଞ୍ଚ କରାଯାଉଛି। ଘଟଣାର ତଦନ୍ତ ଚାଲିଛି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର। ବୈଷୟିକ ପ୍ରକ୍ରିୟାରେ ମାମଲାର ତଦନ୍ତ ଜାରି ରହିଛି। ଏହା ତଦନ୍ତର ବହୁତ ବଡ଼ ପ୍ରକ୍ରିୟା। ବହି ଛାପିବାରେ ୨ଶହରୁ ୨୫୦ ଲୋକଙ୍କ ସମ୍ପୃକ୍ତି ଥିବାରୁ ପର୍ଯ୍ୟାୟକ୍ରମେ ତଦନ୍ତ ଚାଲିଛି। ପୂର୍ବରୁ ଏହି ମାମଲାରେ SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢୀଙ୍କୁ ଗିରଫ କରାଯାଇଛି। ଅପରାଧିକ ମାମଲା ରୁଜୁ କରି ସ୍ବତନ୍ତ୍ର ଟିମ୍ ଗଠନ ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ବହି ତ୍ରୁଟି ଷଡଯନ୍ତ୍ରରେ ଆଉ କାହାର ସମ୍ପୃକ୍ତି ରହିଛି ଚାଲିଛି ତନାଘନା।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ଦୁଇ ହଜାରରୁ ଅଧିକ ଭାଷା, ତଥ୍ୟଗତ ତ୍ରୁଟି ରହିଛି। ଏହାକୁ ନେଇ ଷଡ଼ଯନ୍ତ୍ର ବାରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପରେ ତଦନ୍ତ ନିର୍ଦ୍ଦେଶ ପରେ ପୁରା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଚଳାଇଛି।
