ସମ୍ବଲପୁର, (ସତ୍ୟପାଠବ୍ୟୁରୋ)- ସମ୍ବଲପୁରରେ ଧଳା ଜହର କାରବାର ଚାଲିଥିବାବେଳେ ୧୩ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିଛି ପୋଲିସ। ସମ୍ବଲପୁର ଟାଉନ୍ ଥାନା ପୋଲିସ ସାହୁ କଲୋନୀ ନିକଟରେ ଚଢ଼ାଉ କରି ବ୍ରାଉନ୍ ସୁଗାର ଜବତ ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସ୍କୁଟି ସହ ୨ ମୋବାଇଲ୍ ଓ ନଗଦ ୨୬ ହଜାର ୪୨୦ ଟଙ୍କା ଜବତ କରିଛି ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ମୋଦିପଡ଼ା ଅମ୍ବେଦକର ନଗରର ଇପ୍ଶିଭା ବାହାଦୁର ଏବଂ ରେଙ୍ଗାଲି ଥାନା ଅଧୀନ ସିଆନବାହାଲ ଗଣେଶ ନଗରର ପାଲ୍ ଓରାମ। ଏନେଇ ଟାଉନ ଥାନାରେ ଏନ୍ଡିପିଏସ୍ ଆଇନର ଧାରା ୨୧(ବି) ଏବଂ ୨୯ ଅନୁଯାୟୀ ମାମଲା ରୁଜୁ ହୋଇଛି। ପୋଲିସ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ସହ ଚୋରା ନିଶା କାରବାରର ମାଷ୍ଟରମାଇଣ୍ଡ ଏବଂ ଅନ୍ୟାନ୍ୟ ଲିଙ୍କ୍ ସମ୍ବନ୍ଧରେ ଅଧିକ ଦତନ୍ତ ଜାରି ରଖିଛି।