ଭଦ୍ରକ,(ସତ୍ୟପାଠବ୍ୟୁରୋ)- ଭଦ୍ରକ ବ୍ଲକ ଏରେଇଁ ପଞ୍ଚାୟତରେ ମାଙ୍କଡଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ମାଙ୍କଡ଼ ଆକ୍ରମଣରେ ବହୁ ଲୋକ ଆହତ ଓ ଗରୁତର ହୋଇ ଚିକିତ୍ସିତ ହେଉଛନ୍ତି। ଗତ କିଛିଦିନ ହେବ ମାଙ୍କଡର ପ୍ରାଦୁର୍ଭାବ ବଢିବାରେ ଲାଗିଛି । ଘରୁ ବାହାରିବା ମାତ୍ରେ ମାଙ୍କଡ କାମୁଡିବାକୁ ଗୋଡାଉଛି । ଗତ କିଛି ଦିନ ହେବ ମାଙ୍କଡ଼ ଆତଙ୍କ ବୃଦ୍ଧି ପାଇଥିବାବେଳେ ଏବେ ଏରେଇଁ ଗ୍ରାମର ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। ଆଜି ଯାଏ ୨୦ରୁ ଉଦ୍ଧ୍ବ ଶିଶୁ, ମହିଳା, ପୁରୁଷଙ୍କୁ କାମୁଡ଼ି ଗୁରୁତର କରିସାରିଛି। ଜଣେ ମହିଳା କଟକରେ ଚିକିତ୍ସିତ ହେଉଛନ୍ତି । ତୁରନ୍ତ ମାଙ୍କଡ଼କୁ ଧରିବାକୁ ଲୋକେ ଦାବି କରିଛନ୍ତି ।
