ଭବନୀପାଟଣା(ସତ୍ୟପାଠ ବ୍ୟୁରୋ): କଳାହାଣ୍ଡି ମଦନପୁର ରାମପୁର ଥାନା ଡି.କର୍ଲାଖୁଣ୍ଟା ପଞ୍ଚାୟତର ସରପଞ୍ଚ ସ୍ନିଗଧା ରଣାଙ୍କ ସ୍ୱାମୀ ତଥା ବିଜେପି ନେତା ଫକୀର ରଣାଙ୍କୁ ଛୁରି ଭୁସି ହତ୍ୟା ଘଟଣାରେ ୨୪ ଘଣ୍ଟା ଭିତରେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ େହଲେ ଡମ୍ କର୍ଲାଖୁଣ୍ଟା ଗାଁର ତୁଳସୀରାମ ସାହୁ, ସୁରସିଂ ପାତ୍ର ଏବଂ ଫଟାମୁଣ୍ଡା ଗାଁର ବଳଦେବ ସାହୁ। ଏହି ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ ଫେରାର ଥÒବା ସୂଚନା ମିଳିଛି। ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ତେବେ ପୂର୍ବ ବିବାଦ, ରାଜନୈତିକ ଶତ୍ରୁତା କିମ୍ବା ଠିକା କାମକୁ ନେଇ ଶ୍ରୀ ରଣାଙ୍କୁ ହତ୍ୟା କରାଯାଇଥିବା େନଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଏସପି ନାଗରାଜ ଦେବରକୋଣ୍ଡା ସୂଚନା େଦଇଛନ୍ତି। ସେ କହିଛନ୍ତି,ବୁଧବାର ସନ୍ଧ୍ୟାରେ ଫକୀର ରଣା ମ.ରାମପୁରରେ କାମ ସାରି ବାଇକ୍ ଯୋଗେ ନିଜ ଗାଁ ଘରକୁ ଫେରିଥିଲେ। ରାତି ପ୍ରାୟ ସାଢ଼େ ୮ଟା ବେଳକୁ କିଛି ଦୁର୍ବୃତ୍ତ ତାଙ୍କୁ ଘରୁ ଡାକି ନେଇ ଛୁରି ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଶ୍ରୀ ରଣାଙ୍କ ଚିତ୍କାର ଶୁଣି ଆଖପାଖ ଲୋକ ସେଠାରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମ.ରାମପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ େନଇ ଗତକାଲି ସକାଳେ ଫକୀରଙ୍କ ପୁଅ ମଦନପୁର ଥାନାରେ ୩ ଜଣଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ଉ େବଳେ ଏଥିରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତକୁ ପୋଲିସ କାବୁ କରିଥିଲା। ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।
